17.1 C
Bhubaneswar
Saturday, January 4, 2025
Homeଓଡିଶା୩୦୦ ଟଙ୍କାରେ ମମତାକାର୍ଡ ବନ୍ଧା ରଖୁଛନ୍ତି ସ୍ୱାସ୍ଥ୍ୟକର୍ମୀ

୩୦୦ ଟଙ୍କାରେ ମମତାକାର୍ଡ ବନ୍ଧା ରଖୁଛନ୍ତି ସ୍ୱାସ୍ଥ୍ୟକର୍ମୀ

ମୋହନା : ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ଯାହା କି ସେଥି ମଧ୍ୟରେ ରହିଛି ମମତା ଯୋଜନା । ଏହି ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ମମତା କାର୍ଡ ପଞ୍ଜୀକରଣ କରିବା ସହ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ,ଟିକାକରଣ ସହିତ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥାଏ । ତେବେ ଏହି ଯୋଜନା ଗ୍ରାମାଞ୍ଚଳରେ କିଛି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଜି ଫେଲ୍ ମାରିବାକୁ ବସିଲାଣି । ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଥିବା କିଛି ଅସାଧୁ ସାସ୍ଥ୍ୟକର୍ମୀଙ୍କ ଯୋଗୁଁ ସରକାରଙ୍କ ଏହି ଯୋଜନା ଏବେ ବାଟବଣା ହେଉଛି । ମାତ୍ର ୩୦୦ ଟଙ୍କା ଲାଞ୍ଚ ନଦେଲେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ଦେଉନଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି । ଗଜପତି ଜିଲ୍ଲା ଆର୍‌. ଉଦୟଗିରି ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଜାମଢୋଲ ଗାଁ । ଗାଁ ମଧ୍ୟରେ ରହିଛି ଚକା ଚକ୍ ସ୍ୱାସ୍ଥ୍ୟ ଉପକେନ୍ଦ୍ର ।

ପାହାଡ ପର୍ବତ ଘେରରେ ରହିଛି ମଙ୍ଗରାଜପୁର ପଞ୍ଚାୟତ ସମେତ ସୁବଲୋଡା ଓ ଅନଘା ପଞ୍ଚାୟତ । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଯୁକ୍ତି ପାଇଛନ୍ତି ଜଣେ ସ୍ୱାସ୍ଥ୍ୟକର୍ମୀ ସୁନିତା ମଳିକ । ଦୀର୍ଘ ବର୍ଷ ଧରି ନିଯୁକ୍ତି ପାଇଥିଲେ ମଧ୍ୟ ନିୟମିତ ଭାବେ ଆସୁନଥିବା ହେତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦୂରର କଥା ମମତା କାର୍ଡ ପଞ୍ଜୀକରଣ କରିବା ପାଇଁ ୩୦୦ ଟଙ୍କା ଲାଞ୍ଚ ମାଗୁଥିବା ଗ୍ରାମରେ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଏପରିକି ଅନେକ ସମୟରେ ହିତାଧିକାରୀ ଟଙ୍କା ନଦେବାରୁ ମମତା କାର୍ଡ ୩୦୦ ଟଙ୍କା ପାଇଁ ବନ୍ଧକ ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମରେ ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଜାମଢୋଲ ଗ୍ରାମରେ ଏକ ଉତ୍ତମ କୋଠରୀ , ପାନୀୟ ଜଳ ର ସୁବିଧା ସହିତ ବିଦ୍ୟୁତିକରଣ କରାଯାଇଛି କିନ୍ତୁ ଗ୍ରାମରେ ନେଟୱର୍କ ସସମ୍ୟା ଦର୍ଶାଇ ଗାଁ ଠାରୁ ପ୍ରାୟ ୬୦ କିମି ଦୁରରେ ଥିବା ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ରହୁଛନ୍ତି । ଗ୍ରାମରେ ଯେକୌଣସି ଅସୁବିଧା ପଡିଲେ ହିତାଧିକାରୀମାନଙ୍କୁ ୬୦ କିମି ଦୁର ପାରଳାଖେମୁଣ୍ଡି ଆସି କାମ କରିବାକୁ ପଡୁଛି । ନାହିଁ ତ ଗ୍ରାମବାସୀ କୌଣସି କାଗଜ ପତ୍ର ବସ୍ ଯୋଗେ ନେବା ଆଣିବା କରିଥାନ୍ତି । ଉକ୍ତ ସମସ୍ୟା କୁ ନେଇ ସ୍ଥାନୀୟ ସରପଞ୍ଚ ବହୁବାର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତ । ତେବେ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ସ୍ୱଚ୍ଛ ଓ ଦକ୍ଷତା ନୂତନ ସ୍ୱାସ୍ଥ୍ୟକର୍ମୀଙ୍କୁ ଗ୍ରାମରେ ଯୋଗ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆମେ ଏ ନେଇ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ସୁନିତାଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି ଆମେ ଦରମା ମଧ୍ୟ ବନ୍ଦ କରିଥିଲୁ ତଥାପି ଏହିଭଳି କାର୍ଯ୍ୟ ଯଦି କରୁଛନ୍ତି ତା ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱାସ୍ଥ୍ୟକର୍ମୀ ସୁନିତା ମଳିକଙ୍କ ସହ ମଧ୍ୟ ଯୋଗାଯୋଗ କରିବାରେ ସେ କହିଥିଲେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଯଦି ଏହିଭଳି ମମତା ଯୋଜନା ଭଳି ମହତ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଜିଲ୍ଲା ପ୍ରଶାସନ ଉପରେ ଆଙ୍ଗୁଠି ଉଠିବା ପୂର୍ବରୁ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking