15.1 C
Bhubaneswar
Saturday, December 28, 2024
Homeଓଡିଶାଶିଶୁ ମାନଙ୍କ ଚିକିତ୍ସା ଉପରେ ରହିବ ଫୋକସ

ଶିଶୁ ମାନଙ୍କ ଚିକିତ୍ସା ଉପରେ ରହିବ ଫୋକସ

ଭୁବନେଶ୍ୱର : ରାଜ୍ୟରୋ କୋରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡ଼ିଟ ରିପୋର୍ଟ ଆସିବା ପରେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି 450 ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରେ ରହୁଥିବା ରୋଗୀ ମୃତ୍ୟୁ ସମ୍ଭାବନା 90 ରୁ 92 ପ୍ରତିଶତ ରହିଛି । ଏବେ ବି 55 ରୁ 60 ଲୋକ ଭେଣ୍ଟିଲେଟରରେ ଅଛନ୍ତି  ଏବଂ ଆଇସିୟୁରୁ 30 ପ୍ରତିଶତ ରୋଗୀ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ । ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାହା ଆସୁ ନ ଆସୁ ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଏହା ଆମର ପ୍ରାଥମିକ ଲକ୍ଷ୍ୟ । ଶିଶୁ ମାନଙ୍କ ଚିକିତ୍ସା ଉପରେ ଫୋକସ ରହିବ । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି । ପଶ୍ଚିମ ଓଡିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking