କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଡିଲେ ମୁଖ୍ୟ କିରାଣୀ । ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କଳମପୁର ବ୍ଳକ ଶିକ୍ଷା ବିଭାଗର ଯୁଧିଷ୍ଟିର ହରିଜନ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସୁବିଧା ଯୋଗାଇ ଦେବାକୁ ନେଉଥିଲେ ଲାଞ୍ଚ । ଅବସରପ୍ରାପ୍ତ ଶିକ୍ଷକଙ୍କର ଜିପିଏଫ୍ ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ । ଏହା ପରେ ହରିଜନ ଙ୍କ ଆବାସିକ ଘର ମଥୁରା, ଜୁନାଗଡ, କଳାହାଣ୍ଡି ଏବଂ କଲାମପୁର ରେ ଥିବା ତାଙ୍କ ଅଫିସ ରେ ରେଡ । କିରାଣୀ ଙ୍କ ବିରୁଦ୍ଧରେ ଏବେ ତଦନ୍ତ ଚାଲିଛି ।