27.1 C
Bhubaneswar
Friday, August 12, 2022
Homeଓଡିଶାଛାତ୍ର ଓ ଯୁବ ବିରୋଧୀ ଅଗ୍ନିପଥ ଯୋଜନା ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ

ଛାତ୍ର ଓ ଯୁବ ବିରୋଧୀ ଅଗ୍ନିପଥ ଯୋଜନା ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ

ଭୂବନେଶ୍ଵର : ଦେଶର ଛାତ୍ର ଯୁବକ ତଥା ଶ୍ରମିକ କୃଷକ ପରିବାରର ସନ୍ତାନ ମାନଙ୍କ ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ପ୍ରତାରଣା ମୂଳକ ‘ଅଗ୍ନିପଥ ‘ ଯୋଜନା ଅବିଳମ୍ବେ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ଵାନରେ ଦେଶବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇ ଆଜି ରାଜଧାନୀ ଭୂବନେଶ୍ଵରରେ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ର ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ରାଜ୍ୟର ବିଭିନ୍ନ ଶ୍ରମିକ ସଂଗଠନ (ଟ୍ରେଡ ୟୁନିୟନ)ର ନେତୃବୃନ୍ଦ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଛାତ୍ର, ଯୁବକ ତଥା ବେକାର ଯୁବକ ମାନଙ୍କ ସହ ଏକ ଦୀର୍ଘସ୍ଥାୟୀ ପ୍ରତାରଣା ମୂଳକ ଯୋଜନା ‘ଅଗ୍ନିପଥ’ ଅବିଳମ୍ବେ ବାତିଲ କରିବା, ଦେଶର ସମସ୍ତ ନିଯୁକ୍ତିକ୍ଷମ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ନିଯୁକ୍ତି କ୍ଷେତ୍ରରେ ସମସ୍ତ ଠିକା ବ୍ୟବସ୍ଥା ବିଲୋପ କରିବା, ଦେଶର ସାର୍ବଭୌମକୁ ସୁରକ୍ଷିତ ରଖିବା ପାଇଁ ଦେଶର ଭବିଷ୍ୟତ ଯୁବପିଢି ସହିତ ପ୍ରତାରଣା ନକରିବା ଦାବିରେ ଏହି ପ୍ରତିବାଦର ଡାକରା ଦିଆଯାଇଥିଲା ।

ସଂଯୁକ୍ତ କୃଷକ ମୋର୍ଚ୍ଚାର ଆବାହକ ମଣ୍ଡଳୀ ସଦସ୍ୟ ତଥା ଇନସାଫ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ସେଥିରେ ସିଟୁ ପକ୍ଷରୁ ଶ୍ରମିକ ନେତା ଦୁଷ୍ମନ୍ତ ଦାସ, ଅଖିଳ ଭାରତ କୃଷକ ସଭାର କ୍ଷୀରୋଦ ସିଂହଦେଓ, ଏ.ଆଇ.ସି.ସି.ଟି.ୟୁ ର ମହେନ୍ଦ୍ର ପରିଡା, ଟି.ୟୁ.ସି.ଆଇ.ର ପ୍ରମିଳା ବେହେରା, ଟି.ୟୁ.ସି.ସି ର ଜ୍ୟୋତି ରଞ୍ଜନ ମହାପାତ୍ର, ଓଡିଶା କୃଷକ ସଭାର ଯମେଶ୍ଵର ସାମନ୍ତରାୟ, ହିନ୍ଦ ମଜଦୁର ସଭାର ସଞ୍ଜୁକ୍ତା ମହଲା, ଏ.ଆଇ. ଟି.ୟୁ.ସି ର ଜୟନ୍ତ ଦାସ, ଆଇ.ଏନ.ଟି.ୟୁ.ସିର ସତ୍ୟବ୍ରତ ନାୟକ, ଏ.ଆଇ.ୟୁ.ଟି.ୟୁ.ସି ର ନିରଞ୍ଜନ ମହାନ୍ତି, ଏ.ଆଇ.କେ.ଏମ.କେ.ଏସ ର ଜୟରାମ ଜେନା, ସୁବର୍ଣରେଖା ବିସ୍ଥାପନ ବିରୋଧୀ ଆଂଦୋଳନର ନେତା ଅରୁଣ ଜେନା, ସମାଜବାଦୀ ପାର୍ଟିର ସଞ୍ଜୟ ନାୟକ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଦୁରଭିସନ୍ଧି ଓ କର୍ପୋରେଟ ସ୍ଵାର୍ଥ ନିକଟରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସମର୍ପଣ ନୀତିକୁ ତୀବ୍ର ବିରୋଧ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ବିଶିଷ୍ଟ ପରିବେଶବିତ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଶ୍ରମିକ ନେତା ସୁର ଜେନା, ଓଡିଶା କୃଷକ ସଭାର ଅଭିରାମ ବେହେରା, ପ୍ରମୋଦିନୀ ସାହୁ , ସ୍ତମ୍ଭକାର ସତୀଶ ମିଶ୍ର, ବାମପନ୍ଥୀ ନେତା ଶ୍ରୀକାନ୍ତ ମହାନ୍ତି, ମାନସ ରଞ୍ଜନ ପ୍ରଧାନ, ପ୍ରଭାତ ପାଣିଗ୍ରାହୀ, ଟ୍ରେଡ ୟୁନିୟନ ନେତା ବିଜୟ ଜେନା, ଏ.ଆଇ.ଏସ.ଏଫ ରାଜ୍ୟ ନେତ୍ରୀ ସଙ୍ଘମିତ୍ରା ଜେନା, ସି.ଏସ.ଡି ର ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା, ମାନବବାଦୀ-ହେତୁବାଦୀ ସଂଗଠନର ମହମ୍ମଦ ସୁକୁର, ବିସ୍ଥାପନ ବିରୋଧୀ ଆଂଦୋଳନର ନେତା ପ୍ରଶାନ୍ତ ପାଇକରାୟ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking