34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଉଲଗ୍ନ ହୋଇ କ୍ଲାସରୁମରେ ଶୋଇଲେ ସାର୍‌; ଆଉ ତା' ପରେ....

ଉଲଗ୍ନ ହୋଇ କ୍ଲାସରୁମରେ ଶୋଇଲେ ସାର୍‌; ଆଉ ତା’ ପରେ….

ଲକ୍ଷ୍ନୌ: ସ୍କୁଲ ଭିତରେ ମାତାଲ ପ୍ରଧାନ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ସାମ୍ନାରେ ଉଲଗ୍ନ ହୋଇ କ୍ଲାସରୁମରେ ଶୋଇପଡିଲେ ସାର୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତର ପ୍ରଦେଶ ବହରାଇଚ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଉକ୍ତ ପ୍ରଧାନ ଶିକ୍ଷକଙ୍କ ନାମ ଦୁର୍ଗାପ୍ରସାଦ ଜୈସୱାଲ । ସେ ମଦ ନିଶାରେ ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିଲେ । ଘଟଣା ପ୍ରଘଟ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ସୂଚନା ମୁତାବକ, ଦୁର୍ଗା ପ୍ରସାଦ ବହରାଇଚ ଜିଲ୍ଲା ଶିବପୁର ବୈରାଗୀ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।

ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ସାର୍ ପୁରା ବିବସ୍ତ୍ର ହୋଇ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଶୋଇଥିବାର ଦେଖାଯାଇଥିଲା । ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେ ନିଜର ହିତାହତ ଜ୍ଞାନ ହରାଇ ଏଭଳି ଅଶୋଭନୀୟ ଆଚରଣ କରିଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ଏହି ଘଟଣାକୁ ନେଇ କେତେକ ଅଭିଭାବକ କହିଛନ୍ତି ଯେ, ପ୍ରଧାନ ଶିକ୍ଷକଙ୍କ ଏଭଳି କାରନାମା ପ୍ରଥମ ଥର ନୁହେଁ । ଛାତ୍ରଛାତ୍ରୀଙ୍କ ସାମ୍ନାରେ ସେ ଅନେକ ଥର ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି । ସବୁ ପୋଷକ ଖୋଲି କ୍ଲାସରୁମରେ ଶୋଇପଡନ୍ତି । ତାଙ୍କର ଏହି ବ୍ୟବହାର ପାଇଁ ଅନେକ ଛାତ୍ରୀ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି । ଘଟଣା ଲୋକଲୋଚନକୁ ଆସିବା ପରେ ମୌଳିକ ଶିକ୍ଷା ଅଧିକାରୀ ଅଭ୍ୟକ୍ତ ରାମ ତିୱାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking