27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଯୁବତୀଙ୍କୁ ଅନାଥ କହି କରୁଥିଲେ ପ୍ରେମ; ଶେଷରେ କ’ଣ ହେଲା ଜାଣନ୍ତୁ....

ଯୁବତୀଙ୍କୁ ଅନାଥ କହି କରୁଥିଲେ ପ୍ରେମ; ଶେଷରେ କ’ଣ ହେଲା ଜାଣନ୍ତୁ….

ଭୁବନେଶ୍ୱର: ଯୁବତୀଙ୍କ ଅଶ୍ଲୀଳ ଫଟୋ ରଖି ଭାଇରଲ କରିଦେବାର ଧମକ ଦେଉଥିଲେ । ବିଭିନ୍ନ ସମୟରେ ଲକ୍ଷାଧିତ ଟଙ୍କା ମଧ୍ୟ ବ୍ଲାକମେଲ କରି ନେଉଥିଲେ । ଏବେ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ପୁରୀ ଜିଲ୍ଲୀ ବାରିକ ସାହିର ମନୋଜ କୁମାର ବାରିକ(୩୩) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏକ ବେସରକାରୀ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରନ୍ତି । ସେ ପ୍ରଥମେ ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ ମନୋଜଙ୍କ ସଂସ୍ପର୍ଶରେ ଆସିଥିଲେ । ଜୁଲାଇ ମାସରେ ମନୋଜଙ୍କ ସହିତ ସାକ୍ଷାତ କରିବା ବେଳେ, ଅଭିଯୁକ୍ତ ମନୋଜ ନିଜକୁ ବାପୁନ ରାୟ ତଥା ଜଣେ ଅନାଥ ବୋଲି ପରିଚୟ ଦେବା ସହିତ କଲିକତାରେ ମେକାନିକାଲ୍ ଇଞ୍ଜିନିୟର ଭାବେ ଚାକିରି କରୁଥିବା କହିଥିଲେ ।

ଏବଂ ତାଙ୍କର କେସୁରା ଅଞ୍ଚଳରେ ଏକ କୋଠାଘର ଥିବା କହି ଅଭିଯୋଗକାରିଣୀଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ଓ ବିଶ୍ୱାସ ସୃଷ୍ଟି କରାଇଥିଲେ । ପରେ ମନୋଜ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବାର ବାହାନା କରି ଅଭିଯୋଗକାରିଣୀଙ୍କୁ ରାଜମହଲ ଛକ ଠାରେ ଥିବା ଏକ ହୋଟେଲକୁ ଡାକି ସେଠାରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଅଭିଯୋଗକାରିଣୀଙ୍କ ଅଜ୍ଞାନ୍ତରେ ଅନ୍ତରଙ୍ଗ ସମୟର କିଛି ଫଟୋ ଓ ଭିଡିଓ ଉତ୍ତୋଳନ କରି ପାଖରେ ରଖିବା ସହିତ ତାହାକୁ ଭାଇରାଲ କରିଦେବାର ଧମକ ଦେଇ ଅଭିଯୋଗକାରିଣୀଙ୍କୁ ବିଭିନ୍ନ ହୋଟେଲକୁ ନେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । ଏବଂ ତାଙ୍କ ଠାରୁ ମୋଟାଅଙ୍କର ଟଙ୍କା ମଧ୍ୟ ଅସୁଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking