27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଝିଅକୁ ଛାଡ଼ି ଭୋଜି ଖାଇବାକୁ ପଳାଇଥିଲେ, ଆସିବା ପରେ....

ଝିଅକୁ ଛାଡ଼ି ଭୋଜି ଖାଇବାକୁ ପଳାଇଥିଲେ, ଆସିବା ପରେ….

ନୂଆଦିଲ୍ଲୀ: ବାହାଘରରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଛୁଆକୁ କାର୍‌ରେ ଛାଡ଼ି ଭୁଲିଯାଇଥିଲେ । ଫେରି ଆସି ଦେଖନ୍ତି ତ ଛୁଆ ଆଉ ନାହିଁ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ରାଜସ୍ଥାନର କୋଟାରେ । ଦମ୍ପତ୍ତି କୋଟାରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଭୁଲ ବଶତଃ ସେମାନେ ନିଜ ୩ ବର୍ଷର ଝିଅକୁ କାରରେ ହିଁ ଛାଡ଼ି ଯାଇଥିଲେ । ଫଳରେ ଲକ୍ ହୋଇଥିବା କାରରେ ଶ୍ୱାସରୁଦ୍ଧ ହୋଇ ପିଲାଟି ମୃତ୍ୟୁବରଣ କରିଛି । ଗତକାଲି ସନ୍ଧ୍ୟାରେ ଏହି ଘଟଣାଟି ଘଟିଛି । ଝିଅର ନାଁ ଗୋରଭିକା ନାଗର ବୋଲି ପୋଲିସ କହିଛି । ଝିଅର ପିତା ପ୍ରଦୀପ ନାଗର ଓ ତାଙ୍କ ପତ୍ନୀ ନିଜର ଦୁଇ ଝିଅଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । କାରରେ ପୂରା ପରିବାର ଯାଇଥିଲେ । ବିବାହସ୍ଥଳରେ ପହଞ୍ଚିବା ପରେ ମାଆ ଓ ବଡ଼ଝିଅ ବାହାରି ଆସିଥିଲେ ।

ପରେ ପ୍ରଦୀପ କାର୍ ପାର୍କ କରିବାକୁ ନେଇଯାଇଥିଲେ । କିନ୍ତୁ ଭିତରେ ଦମ୍ପତ୍ତିଙ୍କର ସାନଝିଅ ରହିଯାଇଥିଲା । ପ୍ରଦୀପ ଗାଡ଼ି ପାର୍କ କରି ଆସିବା ବେଳେ ମଧ୍ୟ ଝିଅ ଥିବା କଥା ଜାଣିପାରିନଥିଲେ । ଦୁଇ ଝିଅ ନିଜ ମାଆଙ୍କ ସହ ବିବାହ ସ୍ଥଳକୁ ଯାଇଥିବାର ଅନୁମାନ କରିନେଇଥିଲେ ପ୍ରଦୀପ । ଫଳରେ ସେ କାର୍ ଲକ୍ କରି ଚାଲି ଆସିଥିଲେ । ପ୍ରାୟ ଦୁଇ ଘଣ୍ଚା ଧରି ଉଭୟ ମାତା ପିତା ବାହାଘର ଭୋଜିରେ ରହିଥିଲେ । ପରେ ଜାଣିଲେ ଯେ, ସେମାନଙ୍କର ସାନ ଝିଅ ନାହିଁ । ପତ୍ନୀ ଭାବିଥିଲେ ଯେ, ସାନଝିଅ ସ୍ୱାମୀଙ୍କ ସହ ଥିବ ଓ ପ୍ରଦୀପ ଭାବିଥିଲେ ଯେ, ଝିଅ ପତ୍ନୀଙ୍କ ପାଖେ ଥିବ । କିନ୍ତୁ ସାନଝିଅକୁ ଭୁଲ ବଶତଃ କା?ର୍ରେ ହିଁ ଛାଡ଼ି ଆସିଥିଲେ ସେମାନେ । ପରେ ଖୋଜିବା ଆରମ୍ଭ କରିଥିଲେ । ପରେ ସେମାନେ ଗୋରଭିକାକୁ କାରରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ସଂଗେ ସଂଗେ ସେମାନେ ଗୋରଭିକାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking