17.1 C
Bhubaneswar
Thursday, January 16, 2025
Homeଓଡିଶାଜୋତା କିଣିବାକୁ ଅର୍ଥ ନାହିଁ; ପାଦରେ ପ୍ଲାଷ୍ଟିକ ବ୍ୟାଗ୍ ଗୁଡ଼ାଇ ଜୀବନ ବିତୁଛି

ଜୋତା କିଣିବାକୁ ଅର୍ଥ ନାହିଁ; ପାଦରେ ପ୍ଲାଷ୍ଟିକ ବ୍ୟାଗ୍ ଗୁଡ଼ାଇ ଜୀବନ ବିତୁଛି

ଭୁବନେଶ୍ୱର: ଟାଣ ଖରା କବଳରେ ନିଜ ପିଲାମାନଙ୍କ କୋମଳ ପାଦକୁ ସୁରକ୍ଷା ଦେବାପାଇଁ ମଧ୍ୟପ୍ରଦେଶ ଶେଓପୁର ଜିଲ୍ଲାର ଜଣେ ମହିଳା ସେମାନଙ୍କ ପାଦରେ ପ୍ଲାଷ୍ଟିକ୍ ବ୍ୟାଗ୍ ଗୁଡ଼ାଉଛନ୍ତି । କାରଣ ପିଲାମାନଙ୍କ ପାଇଁ ଜୋତା କିଣିବାକୁ ପାଖରେ ପଇସା ନାହିଁ । ଡହ ଡହ ଖରାରେ ପିଲାଙ୍କପାଦ ପୋଡ଼ିଯିବ ତେବେ ମା’ର ମନ ସହିବ କେମିତି । ପିଲାମାନଙ୍କୁ ବାହାରକୁ ନେଇଯିବା ପୂର୍ବରୁ ପାଦରେ ସେମାନଙ୍କ ପାଦରେ ପ୍ଲାଷ୍ଟିକ ବ୍ୟାଗ୍ ଗୁଡ଼ାଇ ନିଅନ୍ତି ।

ନିଜ ପିଲାଙ୍କ ପାଇଁନ ଏଭଳି ସଂଘର୍ଷ କରୁଥିବା ଉକ୍ତ ମହିଳାଙ୍କ ନାମ ରୁକ୍ମିଣୀ । ସ୍ୱାମୀଙ୍କୁ ଟିବି ହୋଇଛି । ପରିବାର ଚଳାଇବାର ବୋଝ ରୁକ୍ମିଣୀଙ୍କ ଉପରେ । ଖରା ହେଉ କି ବର୍ଷା ରୁକ୍ମିଣୀ ମୁଲ ନଲାଗିଲେ ପୂରା ପରିବାର ଚଳାଇବାର ବୋଝ ରୁକ୍ମିଣୀଙ୍କ ପାଖରେ କିଛି କାମ ନାହିଁ । କାମ ଖୋଜିବାକୁ ସେ ସହରକୁ ବାହାରିବାବେଳେ ନିଜ ୩ ପିଲାଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି । କାରଣ ପିଲାମାନଙ୍କ ଦେଖାଶୁଣା କରିବାକୁ ଘରେ ଆଉ କେହି ନାହାନ୍ତି ।

ରୁକ୍ମିଣୀ ନିଜ ପିଲାମାନଙ୍କୁ ଧରି ଟାଣ ଖରାରେ ଚାଲି ଚାଲି ଯାଉଥିବା ବେଳେ ଜଣେ ସାମ୍ବାଦିକ ତାଙ୍କ ଫୋଟ ଉଠାଇଥିଲେ ଏବଂ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ସେ କେବଳ ଫଟୋ ପୋଷ୍ଟ କରିନଥିଲେ ବରଂ ପିଲାମାନଙ୍କ ପାଇଁ ଜୋତା କିଣିବାକୁ ମହିଳାକୁ ଟଙ୍କା ଦେଇଥିଲେ । ତେବେ ପିଲାଙ୍କ ପାଦରେ ପଲିଥିନି ବ୍ୟାଗ୍ ଗୁଡ଼ା ହୋଇଥିବା ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ଭିଡିଓ ଭାଇରାଲ୍ ହେବାପରେ ସ୍ଥାନୀୟ ପ୍ରଶାସନ ଉକ୍ତ ଘଟଣାରେ ତତ୍କାଳ ପଦକ୍ଷେପ ଗ୍ରହଣ କରିଛି । ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ଶେଓପୁର ଜିଲ୍ଲାପାଳ ଶିବମ ବର୍ମା କହିଛନ୍ତି, ମହିଳାଙ୍କ ଉତ୍କଟ ଦାରିଦ୍ର‌୍ୟ ଆମ ନଜରକୁ ଆସିଛି । ମହିଳାଏବଂ ଶିଶୁ ବିଭାଗର ସୁପରଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ଉକ୍ତ ପରିବାର ସଂକ୍ରାନ୍ତରେ ସୂଚନା ସଂଗ୍ରହ ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking