37.1 C
Bhubaneswar
Monday, May 19, 2025
Homeଓଡିଶାଦାଦନ ଖଟିବାକୁ ଯାଇ ଆତ୍ମହତ୍ୟା

ଦାଦନ ଖଟିବାକୁ ଯାଇ ଆତ୍ମହତ୍ୟା

ଜି.ଉଦୟଗିରି : ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗାର ଜଣେ ଯୁବକ ପରିବାର ପ୍ରତିପୋଷଣ କରିବା ନିମନ୍ତେ ତାମିଲନାଡୁ ରାଜ୍ୟର ଏକ ଘରୋଇ କମ୍ପାନୀରେ ଦୀର୍ଘ ଛଅ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ବେଳେ ଗତକାଲି ସେ ଆତ୍ମହତ୍ୟା କରିଥିବା ନେଇ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗାର ଅଭିମନ୍ୟୁ ମହାରଣାଙ୍କ ସାନ ପୁଅ କ୍ରୀଷ୍ଣା ମହାରଣା (୩୩) ପରିବାର ପ୍ରତିପୋଷଣ ନିମନ୍ତେ ପରିବାର ଛାଡି ସୁଦୁର ତାମିଲନାଡୁ ରାଜ୍ୟକୁ ଯାଇ ସେଠାକାର ତ୍ରୀପୁରମ ଅନ୍ତର୍ଗତ ବାଦପୁର ଠାରେ ଏକ ଘରୋଇ କମ୍ପାନୀରେ ଦୀର୍ଘ ଛଅ ବର୍ଷ ହେଲା ଚାକିରୀ କରି ଆସୁଥିଲେ ।

ହେଲେ ଗତକାଲି ରାତିରେ କ୍ରୀଷ୍ଣା ରହୁଥିବା କ୍ୱାର୍ଟରରେ ଆତ୍ମହତ୍ୟା କରିଥିବା ନେଇ କଳିଙ୍ଗାରେ ରହୁଥିବା ତାଙ୍କ ପରିବାର ନିକଟକୁ ଖବର ଆସିଥିବା ବେଳେ ତାଙ୍କ ମର ଶରୀର ଏବେ ବାଦପୁର ନିକଟସ୍ଥ ଡାକ୍ତରଖାନାରେ ଥିବା ଜଣାପଡିଛି । ଏ ଦୁଖଃଦ ଖବର ପ୍ରଚାର ହେବା ପରେ କଳିଙ୍ଗା ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ ତାଙ୍କ ବଡଭାଇ ତାମିଲନାଡୁ ସ୍ଥିତ ବାଦପୁର ଅଭିମୁଖେ ବାହାରିଥିବା ଜଣାପଡିଛି । ସୂଚନା ପ୍ରକାରେ କ୍ରୀଷ୍ଣା ବିବାହିତ ହୋଇଥିବା ବେଳେ ତାଙ୍କର ଏକ ବର୍ଷର ଗୋଟିଏ କନ୍ୟା ସନ୍ତାନ ଥିବା ଜଣାପଡିଛି । ପରିବାରର ଆର୍ôଥକ ପରିସ୍ଥିତି ସୁଦୃଢ ନଥିବା ବେଳେ ସୁଦୁର ତାମିଲନାଡୁ ସ୍ଥିତ ବାଦପୁରରୁ କେମିତି ମର ଶରୀର ଅଣାଯିବ ସେ ନେଇ ପରିବାର ଲୋକ ଏବେ ଚିନ୍ତାରେ ଥିବା ଶୁଣାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking