31.1 C
Bhubaneswar
Tuesday, July 2, 2024
Homeଅପରାଧସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ, ପରକୀୟା ପ୍ରୀତି ସନ୍ଦେହ

ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ, ପରକୀୟା ପ୍ରୀତି ସନ୍ଦେହ

ନୂଆଦିଲ୍ଲୀ: ସ୍ତ୍ରୀକୁ ପ୍ରଥମେ ଗୁଳି କରି ହତ୍ୟା କଲା । ତାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘର ପଛ ପଟେ ଗାତ ଖୋଳି ପୋତିଦେଲା । ଆଉ ତାପରେ ପୋଲିସକୁ ଯାଇ ସ୍ତ୍ରୀ ନିଖୋଜ ଥିବା ନେଇ ଅଭିଯୋଗ କଲା ସ୍ୱାମୀ । ଏହା କେବଳ ପରକୀା ପ୍ରୀତି ପାଇଁ । ପରକୀୟ ପ୍ରୀତି ସନ୍ଦେହ କରି ସ୍ତ୍ରୀର ଜୀବନ ନେଇଛି ସ୍ୱାମୀ । ମାମଲାରେ ତଦନ୍ତ କରି ପୋଲିସ ମହିଳାଙ୍କ ମୃତଦେହ ତାଙ୍କ ଘର ପଛପଟୁ ଉଦ୍ଧାର କରିବା ପରେ ସତ ଉପରୁ ପରଦା ଉଠିଛି ।
ହରିୟାଣାର ରାଦୌରରେ ଘଟିଥିବା ଏହି ଘଟଣାରେ ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକେ ଆଶ୍ଚର‌୍ୟ୍ୟ ହୋଇଛନ୍ତି । ହତ୍ୟାକାରୀ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ରୀନାଙ୍କ ବୟସ ପ୍ରାୟ ୩୫ ବର୍ଷ ହୋଇଥିବା ବେଳେ ସେ ସେପ୍ଟେମ୍ବର ୨୦ରୁ ନିଖୋଜ ଥିଲେ । ହତ୍ୟାକରୀ ସ୍ବାମୀ ରାଜେଶ ସ୍ତ୍ରୀର ଚରିତ୍ର ଖରାପ ନେଇ ସନ୍ଦେହ କରି ତାଙ୍କୁ ମାରି ଦେଇଥିଲା ।
ତେବେ ପରକିୟାପ୍ରୀତିକୁ ନେଇ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ସେପଟେ ରୀନାଙ୍କୁ ନପାଇ ତାଙ୍କ ପରିବାର ଲୋକେ ରାଜେଶଙ୍କୁ ସେ କେଉଁଠି ଅଛି ବୋଲି ପଚାରିଥିଲେ । ଏନେଇ ବାରମ୍ବାର ପଚାରିବାରୁ ରାଜେଶ ସତ ମାନିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking