29.1 C
Bhubaneswar
Tuesday, July 8, 2025
Homeଓଡିଶାଦରଗାହ ହଟାଇବା ନୋଟିସ୍‌କୁ ନେଇ ଜୁନାଗଡ଼ରେ ହଙ୍ଗାମା; ଟୋକାପଥର ମାଡ଼, ଗାଡ଼ି ପୋଡ଼ାଜଳା; ଜଣେ ମୃତ

ଦରଗାହ ହଟାଇବା ନୋଟିସ୍‌କୁ ନେଇ ଜୁନାଗଡ଼ରେ ହଙ୍ଗାମା; ଟୋକାପଥର ମାଡ଼, ଗାଡ଼ି ପୋଡ଼ାଜଳା; ଜଣେ ମୃତ

ଜୁନାଗଡ: ଗୁଜରାଟର ଜୁନାଗଡ଼ରେ ଏକ ଦରଗାହ ହଟାଇବା ନୋଟିସ୍‌କୁ ନେଇ ଭୀଷଣ ହଙ୍ଗାମା ହୋଇଛି । ନୋଟିସ୍ ବିରୋଧରେ ଶୁକ୍ରବାର ରାତିରେ ୬୦୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହିତ ଥାନା ଘେରାଉ ଓ ଟୋକାପଥର ମାଡ଼ କରିଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ଏହି ସମୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଡିଏସ୍‌ପିଙ୍କ ସମେତ ପାଞ୍ଚଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭୪ ଲୋକଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ ଜୁନାଗଡ଼ର ମଜେୱାଡ଼ି ରୋଡ୍ ନିକଟରେ ଏକ ଦରଗାହ ରହିଛି । ଏହାର ଡକ୍ୟୁମେଣ୍ଟ ଦାଖଲ ପାଇଁ ଜୁନାଗଡ଼ ନଗର ନିଗମ ପକ୍ଷରୁ ପାଞ୍ଚଦିନ ତଳେ ନୋଟିସ୍ ଜାରି କରାଯାଇଥିଲା ।

ନୋଟିସ୍‌ର ଜବାବ ନମିଳିବାରୁ ଶୁକ୍ରବାର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବାପରେ ନଗମ ନିଗମ ଟିମ୍ ସନ୍ଧ୍ୟାବେଳେ ଏହାକୁ ଭାଙ୍ଗିର ନୋଟିସ୍ ଲଗାଇବାକୁ ପହଞ୍ଚିଥିଲା । ଏହା ବିରୋଧରେ ଲୋକମାନେ ଏକାଠି ହୋଇ ଏପରି ହଙ୍ଗାମା କରିଥିôବା ଏସ୍‌ପି ରବି ତେଜା ବାସମସେଟ୍ଟୀ କହିଛନ୍ତି । ସେ କହିଛନ୍ତି, ଲୋକମାନଙ୍କୁ ବୁଝାଇବାକୁ ପୁଲିସ ଉଦ୍ୟମ କରୁଥିବା ବେଳେ ସେମାନେ ଟେକାପଥର ମାଡ଼ କରିଥିଲେ ।

ସଡ଼କରେ ଯାଉଥିବା ବସ୍‌ର କାଚ ଓ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହିତ ଏକ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ । ପୁଲିସ ଲୋକଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ବଳ ପ୍ରୟୋଗ କରିବାରୁ ସେମାନେ ସୋଢ଼ା ବୋତଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ । ଏହା ପରେ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking