29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଫିଲ୍ମ ‘ହର ହର ମହାଦେବ’କୁ ନେଇ ହଙ୍ଗାମା: ଅଧାରୁ ବନ୍ଦ ହେଲା ଶୋ

ଫିଲ୍ମ ‘ହର ହର ମହାଦେବ’କୁ ନେଇ ହଙ୍ଗାମା: ଅଧାରୁ ବନ୍ଦ ହେଲା ଶୋ

ଥାଣେ: ମରାଠୀ ଫିଲ୍ମ ‘ହର ହର ମହାଦେବ’କୁ ନେଇ ମହାରାଷ୍ଟ୍ରର ପୁଣେ ଓ ଥାଣେରେ ପ୍ରବଳ ହଙ୍ଗମା ଦେଖିବାକୁ ମିଳିଛି। ଫିଲ୍ମରେ ମରାଠା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ କରି କିଛି ସଂଗଠନର ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି। ସ୍ଥିତିକୁ ଦେଖି ଫିଲ୍ମର ସ୍କ୍ରିନିଂକୁ ଅଧାରୁ ବନ୍ଦ କରି ଦିଆଯାଇଛି। ସେହିପରି ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ଦର୍ଶକଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପୁଣେ ସହରରେ ମରାଠା ସଂଗଠନର ସଦସ୍ୟମାନେ ଫିଲ୍ମ ହଲରେ ହଙ୍ଗାମା କରିଥିବା ବେଳେ ଥାଣେରେ ଏନସିପି ନେତା ଜିତେନ୍ଦ୍ର ଅୱାଦଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆନ୍ଦୋଳନ କରିଛନ୍ତି। ଏନସିପି କର୍ମୀମାନ ଏଠାରେ ଥିବା ଗୋଟିଏ ଫିଲ୍ମରେ ପଶି ଅଧାରୁ ହର ହର ମହାଦେବର ସ୍କ୍ରିନିଂକୁ ବନ୍ଦ କରିଦେଇଛନ୍ତି। ଶୋ’ ବନ୍ଦ ହେବାରୁ ଟିକେଟ ପାଇଁ ଟଙ୍କା ଦେଇଥିବା ଜଣେ ଦର୍ଶକ ଏହାର ଫେରସ୍ତ ଚାହିଁଥିଲେ। ତାଙ୍କର ଏପରି ଦାବିକୁ ବିରୋଧ କରି ଏନସିପି କର୍ମୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦର୍ଶକଙ୍କୁ ପିଟିବା ଘଟଣାରେ ଥାଣେର ଭର୍ତ୍ତକ ନଗର ପୁଲିସ ଷ୍ଟେସନରେ ଗୋଟିଏ ମାମଲା ରୁଜୁ କରାଯାଇଛି। ମାଡ଼ ଖାଇଥିବା ଦର୍ଶକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ୧୦୦ ଜଣ ଏନସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜିତେନ୍ଦ୍ରଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି। ଅନ୍ୟପକ୍ଷରେ ହର ହର ମହାଦେବର ନିର୍ଦ୍ଦେଶକ ଫିଲ୍ମରେ ଇତିହାସକୁ ବଦଳାଇବା ପାଇଁ କୌଣସି ଚେଷ୍ଟା କରାଯାଇନି ବୋଲି କହିଛନ୍ତି। ବିବାଦ ବଢ଼ୁଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ପୁଲିସ୍ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି। ନିର୍ଦ୍ଦେଶକ ଅଭିଜିତ ଦେଶପାଣ୍ଡେ କହିଛନ୍ତି, ଫିଲ୍ମରେ କୌଣସି ପ୍ରକାରର ତଥ୍ୟଗତ ତ୍ରୁଟି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking