34.5 C
Bhubaneswar
Tuesday, April 7, 2026
Homeଅପରାଧଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ସଙ୍ଗବଦ୍ଧ ଆକ୍ରମଣ

ଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ସଙ୍ଗବଦ୍ଧ ଆକ୍ରମଣ

ବଲାଙ୍ଗୀର : ଗୁଣିଗାରେଡି ସନ୍ଦେହ ନେଇ ବୃଦ୍ଧଙ୍କୁ ସଙ୍ଗବଦ୍ଧ ଆକ୍ରମଣ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଆକ୍ରମଣ ଫଳରେ ବୃଦ୍ଧା ଜଣଙ୍କ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକଙ୍କ ନାମ ହେଉଛି ଅର୍ଛୁ ବାଗ । ଗିରଫ ଅଭିଯୁକ୍ତମାନେ ହେଲେ ଚଳକୀ ଗ୍ରାମର ପଦ୍ମନ ଭୋଇ ଓ ଅନ୍ୟ ଦୁଇ ନାବାଳକ । ଅଭିଯୋଗ ଅନୁଯାୟୀ, ଗ୍ରାମର ପଦ୍ମନ ଭୋଇଙ୍କ ସହ ଅନ୍ୟମାନେ ରାତିରେ ସଂଘବଦ୍ଧ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ମଧ୍ୟ ସେମାନେ ଚୁପ୍ ବସିନଥିଲେ । ତାଙ୍କୁ ମାଡ ମାରି ଚାଲିଥିଲେ । ଅର୍ଛୁଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଚାଲି ଆସିବାରୁ ସେମାନେ ତାକୁ ଛାଡି ପଳାଇଥିଲେ। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେଠାରୁ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ତଦନ୍ତ କରି ଆକ୍ରମଣ କରିଥିବା ଅଭିଯୋଗ ରେ ଅଭିଯୁକ୍ତ ପଦ୍ମନ ଭୋଇଙ୍କୁ କଣ୍ଟାବାଞ୍ଜି ଜେଲ୍‌କୁ ପଠା ଯାଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଙ୍କୁ ଭବାନୀପାଟଣା ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking