ହରିଚନ୍ଦନପୁର : ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା। ଦାଇତରୀ ଥାନା ରାସଳ ଝୁମକିପଟିୟା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ସେହି ସାହିର ଆଦିବାସୀ ଦମ୍ପତି ବାହାଡା ଓରଫ ଲେଖା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ)। ସୂଚନା ଅନୁସାରେ, ନାରଣପୁର ଡୁବୁରୀ ରାସ୍ତାର ଦୈତାରୀ ଥାନା ଅନ୍ତର୍ଗତ ରାସଳ ଛକ ଠାରୁ ଖୋସାପଦା ଯିବା ରାସ୍ତାରେ ମାତ୍ର ୩ ଶହ ମିଟର ଦୂରରେ ଥିବା ଝୁମକିପଟିୟା ସାହିରେ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି।
ଏଠାରେ ବିଭିନ୍ନ ସମୟରେ ଶାରୀରିକ ଅସୁସ୍ଥତା ଲାଗି ରହିଥିଲା। ବାହାଡା ଓରଫ ଲେଚା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ) ଗୁଣି ଗାରେଡି କରୁଥିବା ସନ୍ଦେହରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଛି। ଖବର ପାଇ ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ହରିଚନ୍ଦନପୁର ଥାନାଧ୍ୟାକାରୀ ଦେବକୀ ନାୟକ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପୋଲିସ ମୃତଦେହ ଜବତ କରିଛି।