28.3 C
Bhubaneswar
Saturday, May 17, 2025
Homeଆଇପିଏଲ୍‌-୨୦୨୩କୋଲକାତାକୁ ୭ ୱିକେଟ୍‌ରେ ହରାଇଲା ଗୁଜୁରାଟ

କୋଲକାତାକୁ ୭ ୱିକେଟ୍‌ରେ ହରାଇଲା ଗୁଜୁରାଟ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାଣ୍ଡ୍ୟା ବାହିନୀ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୭୯ ରନ୍ । ୧୮୦ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ୧୭.୫ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି ।

ଦଳର ଓପନର ରିଦ୍ଧିମାନ ଶାହ ୧୦ ରନ୍ କରି ଆଉଟ ହୋଇଥିବା ବେଳେ ଶୁବମାନ ଗିଲ ୩୫ ବଲରୁ ୮ଟି ଚୌକା ସହ ୪୯ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ୨୬ ରନ୍ କରି ଆଉଟ ହୋଇଛନ୍ତି । ବିଜୟ ଶଙ୍କର ମାତ୍ର ୨୪ ବଲ ଖେଳି ୨ଟି ଚୌକା ଓ ୫ଟି ଛକା ସହାୟତାରେ ୫୧ ରନର ବିସ୍ଫୋରକ ଇନିଂସ ଖେଳିବା ସହିତ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଡେଭିଡ୍ ମିଲର ୧୮ ବଲ ଖେଳି ୩୨ ରନ କରି ନଟଆଉଟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking