ଅଲିଗଡ : ଉତ୍ତରପ୍ରଦେଶର ଅଲିଗଡ ସହରରେ ଥିବା ପ୍ରସିଦ୍ଧ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କଶ୍ମୀରୀ ଛାତ୍ରଙ୍କ ଉପରେ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କଶ୍ମୀରରୁ ଆସିଥିବା ଛାତ୍ରମାନେ ଏହାର ପ୍ରତିବାଦ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାପଡିଛି । ଗଣ୍ଡଗୋଳକାରୀ ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କରାଯିବା ସହ ବିଶ୍ୱବିଦ୍ୟାଳୟ ପରିସରକୁ ଯଥାସମ୍ଭବ ଶାନ୍ତ ରଖିବାକୁ କଶ୍ମୀରୀ ଛାତ୍ରମାନେ ଦାବି କରିଛନ୍ତି ।