27.1 C
Bhubaneswar
Sunday, September 29, 2024
Homeଓଡିଶାପୂର୍ବଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ: ୧ ମୃତ, ୧ ଗୁରୁତର

ପୂର୍ବଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ: ୧ ମୃତ, ୧ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଧାନା ଭଇଷାଁଦାଦର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତି ହେଉଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଧରମବନ୍ଧା ଥାନା ଭଇଁଷାଦାଦର ଗ୍ରାମର ଭିକମ୍ ରାଉତ(୪୫) ୧୦ ବର୍ଷ ହେବ ତାଙ୍କ ପରିବାର ସହିତ ଶଶୁର ଘର ଗାଁ ଦର୍ଲିପଡ଼ାରେ ରହି ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଚାଷ ଜମି ଭଇଷାଁଦାଦର ଗାଁରେ ଥିବାରୁ ଗତକାଲି ସନ୍ଧ୍ୟା ୫ଟାରେ ଘରୁ ଚାଷ ଜମିକୁ ଚାଲିଚାଲି ଯାଇଥିଲେ । ସନ୍ଧ୍ୟା ସାଢେ ୬ଟାରେ ଭିକମ୍ ରାଉତ ଘରକୁ ଫେରିବା ପାଇଁ ନିଜ ଭଣଜା ମେଘନାଥ ରାଉତ(୨୪) ଙ୍କୁ ଫୋନ କରି ଡାକିଥିଲେ । ପରେ ମେଘନାଥ ବାଇକରେ ଭିକମ୍ ରାଉତ, ରାଜୁ ରାଉତ, ହୋମ ମାଝୀ ଫେରିବା ସମୟରେ ପଖାନପଦର ଗ୍ରାମରେ କିଛି ଅଜଣା ଲୋକ ବାଇକକୁ ଅଟକାଇ ଅର୍ତକିତ ଆକ୍ରମଣ କରିଥିଲେ । ମେଘନାଥ ଓ ହୋମ ମାଝୀ ଘଟଣାସ୍ଥଳରୁ କୌଶଳ କ୍ରମେ ଖସିଯିବାରେ ସକ୍ଷମ ହୋଇଥିବା ବେଲେ ଭିକମ୍ ଓ ରାଜୁ ଆକ୍ରମଣକାରୀଙ୍କ ହାବୁଡ଼ରୁ ବର୍ତ୍ତି ପାରିନଥିଲେ । ମେଘନାଥ ଦର୍ଲିପଡ଼ା ଯାଇ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକ ଘଟଣାସ୍ଥଳରୁ ଯାଇ ଭିକମ୍ ଓ ରାଜୁଙ୍କୁ ଖୋଜାଖୋଜି କରି ସେମାନଙ୍କୁ ପାଇନଥିଲେ । ପରେ ପରିବାର ଲୋକ ଦର୍ଲିପଡ଼ା ଘରକୁ ଫେରୁଥିବା ବେଲେ ବାଟରେ ଥିବା ନଦୀବାଲିରେ ଗୁରୁତର ଅବସ୍ଥାରେ ଭିକମକୁ ଉଦ୍ଧାର କରିଥିଲେ । ସେଠାରେ ଗୁରୁତର ଅବସ୍ଥାରେ ପ୍ରଥମେ ଧରମବନ୍ଧା ପିଏଚସି ଡାକ୍ତରଖାନାକୁ ନେଇ ପ୍ରଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ରାତ୍ର ୧୦ଟା ୩୦ ମିନିଟରେ ଡାକ୍ତର ଭିକମ୍ ରାଉତଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ରାଜୁ ରାଉତର କୌଣସି ଖବର ମିଲିନଥିଲା । ଗୁରୁତର ରାଜୁ ରାଉତଙ୍କୁ ଧରମବନ୍ଧା ପୋଲିସ ଘରୁ ଉଦ୍ଧାର କରି ଆଜି ଚିକିତ୍ସା ପାଇଁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ଉପରେ ଧରମବନ୍ଧା ଥାନା ଅଧିକାରୀ ସଞ୍ଜୁକ୍ତା ବାର୍ଲା କହିଛନ୍ତି ଗୁରୁତର ଥିବା ରାଜୁଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଶୀଘ୍ର ଦୋଷୀକୁ ଧରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking