31.1 C
Bhubaneswar
Friday, March 29, 2024
Homeଓଡିଶାଶରଧାବାଲିରେ ୩ ରଥ

ଶରଧାବାଲିରେ ୩ ରଥ

ପୁରୀ: ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଂଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣି ଟାଣି ନେଇଛନ୍ତି ସେବାୟତ । କୋଭିଡ କଟକଣା ପାଇଂ ସମସ୍ତ ଭକ୍ତ ଦିବ୍ୟସେବାରୁ ବଂଚିତ ରହିଛନ୍ତି । ଶରଧାବାଲିରେ ୩ ରଥ । ସେବାୟତମାନେ ରଥକୁ ଟାଣି ଟାଣି ଆଣି ଶରଧାବାଲିରେ ପହଞ୍ଚାଇ ଦେଇଛନ୍ତି । ଗଜପତିଙ୍କ ଛେରାପହଁରା ପରେ ସେବାୟତମାନେ ମହାପ୍ରଭୁଙ୍କର ରଥଟାଣିବା ଆରମ୍ଭ କରିଥିଲେ । ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରା ଓ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଘର ଘର ନାଦ କରି ବଡଦାଣ୍ଡରେ ଆଗେଇଥିଲା । ଲୀଳାମୟଙ୍କ କଳାଠାକୁର ଲୀଳାଖେଳା କରି ବିନାଭକ୍ତରେ ଗୁଣ୍ଡିଚା ମନ୍ଦିରରେ ପହଁଚିଲେ ରଥାରୁଢ଼ ତିନି ଠାକୁର ।  କରୋନା କଟକଣା ଭିତରେ ବି ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱରେ କରୋନା ମହାମାରୀ ଭିତରେ ପୁରୀରେ କଟକଣା ଯୁକ୍ତ ତଥା ବିନା ଭକ୍ତରେ ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେବା ପରେ ଶ୍ରୀକ୍ଷେତ୍ରରେ ଶତମୁଖର ହୋଇଛି କାଳିଆ ନାଁ । ଆଉ କଟକଣା ଭିତରେ ରୀତିନୀତିକୁ ସମ୍ପନ୍ନ କରି ତିନିରଥ ବିନା ଭକ୍ତରେ ଶରଧା ବାଲିରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking