27.1 C
Bhubaneswar
Monday, November 18, 2024
Homeସ୍ୱାସ୍ଥ୍ୟଆଖିରୁ ନେଇ ଇମ୍ୟୁନିଟିକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ସବୁଜ ଟମାଟୋ, ଜାଣନ୍ତୁ ଅନ୍ୟ ଫାଇଦା

ଆଖିରୁ ନେଇ ଇମ୍ୟୁନିଟିକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ସବୁଜ ଟମାଟୋ, ଜାଣନ୍ତୁ ଅନ୍ୟ ଫାଇଦା

ନୂଆଦିଲ୍ଲୀ :ଟମୋଟୋ ବା ବିଲାତି ଶରୀର ପାଇଁ ଅନ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ସବୁଜ ଟମାଟୋ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ସବୁଜ ଟମାଟୋ ପୋଷକ ତତ୍ତ୍ୱରେ ଭରପୂର ହୋଇ ରହିଥାଏ । ସବୁଜ ଟମାଟୋରେ ଭିଟାମିନ ସି, ଭିଟାମିନ-ଏ, ଫାଇବର, ଫୋଲେଟ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଆଣ୍ଟି-ଇନଫ୍ଲାମେଟୋରୀ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥିରେ ଭିଟାମିନ୍ ସି, ଏ, କ୍ୟାଲସିୟମ୍, ପୋଟାସିୟମ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସବୁଜ ଟମାଟୋର ଉପକାର-
ଆଖି ପାଇଁ-
ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ସବୁଜ ଟମାଟୋ ଖାଇପାରିବେ । ସବୁଜ ଟମାଟୋରେ ବିଟା-କାରୋଟିନ୍ ମିଳିଥାଏ, ଯାହା ଆଖିକୁ ସୁସ୍ଥ ରଖିବା ଓ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଇମ୍ୟୁନିଟି-
ସବୁଜ ଟମାଟୋରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢ଼ାଇବାରେ ଭିଟାମିନ୍ ସି ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଖାଦ୍ୟରେ ସବୁଜ ଟମାଟୋ ସାମିଲ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking