ନୂଆଦିଲ୍ଲୀ: ଆର୍ଥିକ ରୂପରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସ୍କଲାରସିପ ଦିଆଯାଏ । ଏଥିରେ ଆର୍ଥିକ ସହାୟତା ବ୍ୟତୀତ ଅନ୍ୟ ପ୍ରକାରର ସହାୟତା ଦିଆଯାଏ । ଆମେ ଏମିତି ୫ ପ୍ରକାରର ସ୍କଲାରସିପ ବିଷୟରେ ଆପଣଙ୍କୁ କହିବୁ, ଯାହାଦ୍ୱାରା ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲାଙ୍କୁ ଫାଇଦା ମିଳିଥାଏ ।
ଏନଏମଏମଏସ-ନ୍ୟାସନାଲ ସ୍କିମ କମ ମେରିଟ ସ୍କଲାରସିପ ଏକ୍ସାମ
ଏହି ସ୍କିମ ଆର୍ତିକ ଭାବରେ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ ଦେଇଥାଏ । ଯେଉଁ ଛାତ୍ରଛାତ୍ରୀ ଏବେ ୯ମ ପାଠ ପଢୁଛନ୍ତି, ସେମାନଙ୍କୁ ମାଧ୍ୟମିକ ସ୍ତରରେ ନିଜ ପଢା ଜାରି ରଖିବା ପାଇଁ ପ୍ରୋତ୍ସାହିତ ସ୍ୱରୂପ ସ୍କଲାରସିପ ପ୍ରଦାନ କରାଯାଏ । ଅଏହାକୁ ଆବେଦନ କରିବାକୁ ହେଲେ ପରିବାରର ମୋଟ ବାର୍ଷିକ ଆୟ ୧.୫୦ ଲକ୍ଷରୁ କମ୍ ହେବା ଦରକାର
ଯୋଗ୍ୟତା- ୭ମ ଓ ୮ମରେ ୫୫ ପ୍ରତିଶତ ମାର୍କ
ସ୍କଲାରସିପ-୧୨ ହଜାର ଟଙ୍କା ପ୍ରତି ବର୍ଷ
ଆବେଦନ କରିବାର ସମୟସୀମା- ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ
ଆବେଦନ ମୋଡ- ରାଷ୍ଟ୍ରୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଅନଲାଇନ ଆପ୍ଲିକେସନ
ଏନଟିଏସଇ-ନ୍ୟାସନାଲ ଟାଲେଣ୍ଟ ସର୍ଚ୍ଚ ଏକ୍ସାମ
ଏନସିଇଆରଟି ଅର୍ଥାତ ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଏହାଦ୍ୱାରା ଆୟୋଜିତ ହୁଏ । ଏହି ସ୍କଲାରସିପ ପାଇଁ କୌଣସି ବି ମାନ୍ୟତାପ୍ରାପ୍ତ ସ୍କୁଲରେ ଦଶମରେ ପଢୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ପରୀକ୍ଷା ଦୁଇ ସ୍ତରରେ ହୁଏ-ରାଜ୍ୟ ସ୍ତରୀୟ ଓ ଅଲ ଇଣ୍ଡିଆ ସ୍ତରୀୟ
ଯୋଗ୍ୟତା- ଦଶମରେ ପଢୁଥିବା ପିଲା
ସ୍କଲାରସିପ-୧୨୫୦ ଟଙ୍କା ପ୍ରତି ମାସ
ଆବେଦନ କରିବାର ସମୟସୀମା- ଅଗଷ୍ଟରୁ ସେପ୍ଟେମ୍ବର ଭିତରେ
ଆବେଦନ ମୋଡ- ଆବେଦନ ସମ୍ବନ୍ଧିତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶର ଲଇଜନ ଅଫିସର ମାଧ୍ୟମରେ
ସିବିଏସଇ ସିଙ୍ଗଲ ଗର୍ଲ ଚାଇଲ୍ଡ ସ୍କଲାରସିପ
ଏହି ମେରିଟ ଆଧାରିତ ସ୍କଲାରସିପ ଏମିତି ଛାତ୍ରଛାତ୍ରୀଙ୍କ ପାଇଁ, ଯିଏ ସିଙ୍ଗଲ ଚାଇଲ୍ଡ । ଏହାର ଉଦ୍ଦେଶ୍ୟ ସେହି ପିତାମାତଙ୍କ ପ୍ରୟାସକୁ ସାହସ ଦେବା, ଯିଏ ଝିଅଙ୍କ ସିକ୍ଷାକୁ ପ୍ରୋତ୍ସାହନ ଦିଅନ୍ତି । ଏମିତି ପିଲା ଯିଏ ସିବିଏସଇରୁ ଆଫିଲିଏଟେଡ ସ୍କୁଲରେ ଏକାଦଶ କିମ୍ବା ଦ୍ୱାଦଶ ପାଠ ପଢୁଛନ୍ତି ଏବଂ ଯାହାର ଟ୍ୟୁସନ ଫିସ୍ ଶୈକ୍ଷଣିକ ବର୍ଷ ମଧ୍ୟରେ ପ୍ରତି ମାସରେ ୧୫୦୦ରୁ ଅଧିକ ନୁହେଁ, ସେମାନେ ଏହି ସ୍କିମ ପାଇଁ ଆବେଦନ କରିପାରିବେ ।
ଯୋଗ୍ୟତା- ସିବିଏସଇ ବୋର୍ଡରୁ ଦଶମ ପରୀକ୍ଷାରେ ୬୦ ପ୍ରତିଶତ ନମ୍ବର
ସ୍କଲାରସିପ- ଦୁଇ ବର୍ଷ ଯାଏଁ (୧୧ ଓ ୧୨ ମଧ୍ୟରେ) ପ୍ରତି ମାସ ୫୦୦ ଟଙ୍କା
ଆବେଦନ କରିବାର ସମୟସୀମା- ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ
ଆବେଦନ ମୋଡ- ସିବିଏସଇର ଆଧିକାରିକ ୱେବସାଇଟ ଜରିଆରେ
ଅଲ୍ପସଂଖ୍ୟକଙ୍କ ପାଇଁ ପ୍ରି ମାଟ୍ରିକ ସ୍କଲାରସିପ
ଭାରତ ସରକାରଙ୍କ ଅଳ୍ପସଂଖ୍ୟକ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ସ୍କଲାରସିପର ଉଦ୍ଦ୍ୟେ ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାକାର କରିବା ତଥା ଶିକ୍ଷା ସ୍ତର ବଢାଇବା । ଏଥିପାଇଁ ପିଲାଙ୍କ ପୂର୍ବ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ନମ୍ବର ରହିବା ଜରୁରୀ । ଏହାସହିତ ବାର୍ଷିକ ପରିବାରର ଆୟ ୧ ଲକ୍ଷ ରୁ କମ୍ ହେବା ଦରକାର ।
ଯୋଗ୍ୟତା- ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀ
ସ୍କଲାରସିପ- ଆଡମିଶନ ଫିସ, ଟୁୟସନ ଫିସ, ମେଣ୍ଟେନାନ୍ସ ଆଲାଉନ୍ସ
ଆବେଦନ ମୋଡ- ନ୍ୟାସନାଲ ସ୍କଲାରସିପ ପୋର୍ଟାଲ ଦ୍ୱାରା
ପ୍ରି-ମାଟ୍ରିକ ସ୍କଲାରସିପ
ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଏହି ସ୍କଲାରସିପ ଦେଇଥାଏ । ଏହାର ଉଦ୍ଦେଶ୍ୟ ୯ମ କିମ୍ବା ୧୦ମ କକ୍ଷରେ ପଢୁଥିବା ଦିବ୍ୟାଙ୍ଗଙ୍କୁ ସହାୟତା ଉପଲବ୍ଧ କରାଇବା । ଏହି ସ୍କଲାରସିପର ଉଦ୍ଦେଶ୍ୟ ଏହାର ଫାଇଦା କେବଳ ସେହି ଛାତ୍ରଛାତ୍ରୀଙ୍କୁ ମିଳିବ ଯିଏ ୪୦ ପ୍ରତିଶତ କିମ୍ବା ତା ଠୁ ଅଧିକ ଦିବ୍ୟାଙ୍ଗ । ସ୍କଲାରସିପ ପାଇଁ ଆଉ ଏକ ସର୍ତ୍ତ ବି ରହିଛି । ବାର୍ଷିକ ପରିବାରର ଆୟ ୨.୫୦ ଲକ୍ଷ କିମ୍ବା ତା ଠୁ କମ୍ ହେବା ଦରକାର । ଏହି ଅନୁସାରେ ଯୋଗ୍ୟ ପିଲାଙ୍କୁ ମେମ୍ଟନୋନ୍ସ ଆଲାଉନ୍ନ, ଡିଜାବିଲିଟି ଆଲାଉନ୍ସ ଓ ବୁକ ଗ୍ରାଣ୍ଟ ମିଳିବ ।
ସ୍କଲାରସିପ- ମେଣ୍ଟେନାନ୍ସ ଆଲାଉନ୍ସ, ଡିଜାବିଲିଟି ଆଲାଉନ୍ସ ଓ ବୁକ ଗ୍ରାଣ୍ଟ
ଆବେଦନ ମୋଡ- ନ୍ୟାସନାଲ ସ୍କଲାରସିପ ପୋର୍ଟାଲ ଦ୍ୱାରା