32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶବୟଫ୍ରେଣ୍ଡ ସହ କଥା ହେବାକୁ ମନା କଲେ ଜେଜେ, ଜୀବନ ହାରିଲେ ଦୁଇ ଭଉଣୀ

ବୟଫ୍ରେଣ୍ଡ ସହ କଥା ହେବାକୁ ମନା କଲେ ଜେଜେ, ଜୀବନ ହାରିଲେ ଦୁଇ ଭଉଣୀ

ଲକ୍ଷ୍ନୌ: ପୁରୁଷ ବନ୍ଧୁ ସହ କଥା ହେବା ବେଳେ ତାଗିଦ କଲେ ଜେଜେ । ଫୋନ୍ ଛଡ଼ାଇ ନେବା ସହ ମିଳାମିଶା କରିବାକୁ ମନା କଲେ । ଶେଷ ଜୀବନ ହାରିଲେ ଦୁଇ ଭଉଣୀ । ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ବରଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ କୋଠରୀ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁଯାୟୀ, ବାରଲା ନିକଟସ୍ଥ ଫଜଲପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସହ ଦୁଇ ନାତୁଣୀ ରହୁଥିଲେ । ଉଭୟଙ୍କ ବୟସ ୧୬ ରୁ ୧୭ ବର୍ଷ ମଧ୍ୟରେ ହେବ । ଦୁଇ ନାତୁଣୀଙ୍କ ପାଖରୁ ଜେଜେ ଫୋନ୍ ଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପଚାରିବାରୁ ଉଭୟେ ନିଜନିଜ ପୁରୁଷ ବନ୍ଧୁ ସହ ମୋବାଇଲ ଯୋଗେ କଥା ହେଉଥିବା ଜାଣିବାକୁ ପାଇଲେ । ସମ୍ପର୍କୀୟ ଏ ବିଷୟରେ ଜାଣିବା ପରେ ଦୁହିଁଙ୍କୁ ଭତ୍ସର୍ନା କରିଥିଲେ । ଏହାପରେ ଜେଜେ ସେମାନଙ୍କଠାରୁ ଫୋନ ଛଡ଼ାଇ ନେଇ ପୁରୁଷ ବନ୍ଧୁଙ୍କଠାରୁ ଦୂରେଇ ରହିବାକୁ ତାଗିଦ କରି କହିଥିଲେ ।

ଜେଜେ କ୍ଷେତକୁ କାମ କରିବାକୁ ଯାଇଥିଲେ । କ୍ଷେତରୁ କାମ ସାରି ଘରକୁ ଫେରିବା ବେଳେ ଦେଖନ୍ତି ତ, ଘରର ଗୋଟିଏ କୋଠରୀର କବାଟ ଭିତର ପଟୁ ବନ୍ଦ ହୋଇଛି । ଜେଜେ ଅନେକ ଥର ଡାକିବା ପରେ ମଧ୍ୟ ଭିତର ପଟୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା । ପରେ ସମ୍ପର୍କୀୟଙ୍କ ସହ ମିଶି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଦୁଇ ଭଉଣୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଦୁହେଁ ଆତ୍ମହତ୍ୟା କରିଥିବା ସୂଚନା ଦେଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ଯୁବକ ଯିଏକି ଫୋନରେ କଥା ହେଉଥିଲେ, ଆତ୍ମହତ୍ୟା ପାଇଁ ଉସକାଇଥିବା ନେଇ ପୋଲିସ ମାମଲା ରୁଜୁ କରିଛି । ଦୁଇ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସିସିଟିଭି ଆଧାରରେ ଘଟଣାର ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking