29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ଗ୍ରାଚ୍ୟୁଇଟି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କିଛିଦିନ ପୂର୍ବେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବା ପରେ ସରକାର ଏବେ ଗ୍ରାଚ୍ୟୁଇଟି ରାଶି ବୃଦ୍ଧି କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ସରକାର ଅବସର ନେଉଥିବା କର୍ମଚାରୀଙ୍କ ଗ୍ରାଚୁଇଟି କୁ ୨୫% ବୃଦ୍ଧି କରିଛନ୍ତି । ୨୦୨୪ ମେ ୩୦ ତାରିଖର ଅଫିସ ସର୍କୁଲାର (ଓଏମ୍) ଅନୁଯାୟୀ ଅବସର ଗ୍ରାଚ୍ୟୁଇଟିର ସର୍ବୋଚ୍ଚ ସୀମା ୨୦ ଲକ୍ଷଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ୨୦୨୪ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ।

ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ ସମାନ ଘୋଷଣା କରାଯାଇଥିଲେ ମଧ୍ୟ ମେ ୭ତାରିଖରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଗ୍ରାଚ୍ୟୁଇଟି ହେଉଛି କର୍ମଚାରୀଙ୍କୁ କ୍ରମାଗତ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ସେବା ପ୍ରଦାନ କରିବା ପାଇଁ ନିଯୁକ୍ତିଦାତା ଦ୍ୱାରା ପ୍ରଦାନ କରାଯାଉଥିବା ଏକ ଲାଭ ଯୋଜନା । ପେମେଣ୍ଟ ଅଫ୍ ଗ୍ରାଚ୍ୟୁଇଟି ଆକ୍ଟ, ୧୯୭୨ ଅନୁଯାୟୀ ଯଦି କୌଣସି କର୍ମଚାରୀ କୌଣସି ସଂସ୍ଥାରେ ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି ତେବେ ତାଙ୍କୁ ଗ୍ରାଚ୍ୟୁଇଟି ମିଳିପାରିବ। ଗତ ମାର୍ଚ୍ଚ ୨୦୨୪ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ୪% ବୃଦ୍ଧି କରିଥିଲେ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking