29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ୧୦ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ମଧ୍ୟ ଘୋଷଣା କରିଛନ୍ତି।

ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିସାନରାଓ ବାଗଡେ ନିଯୁକ୍ତ ହୋଇଛନ୍ତି। ତେଲୁଙ୍ଗାନାର ରାଜ୍ୟପାଳ ଭାବେ ଜିଷ୍ଣୁ ଦେବ ବର୍ମା ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସନ୍ତୋଷ କୁମାର ଗାଙ୍ଗୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ଛତିଶଗଡର ରାଜ୍ୟପାଳ ଭାବେ ରାମେନ ଡେକା ନିଯୁକ୍ତ ହୋଇଛନ୍ତି। ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ସିପି ରାଧାକୃଷ୍ଣନ୍ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।

ବର୍ତ୍ତମାନ ଆସାମର ରାଜ୍ୟପାଳ ଥିବା ଗୁଲାବ ଚାନ୍ଦ କାଟରିଆଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସିକ୍କିମର ରାଜ୍ୟପାଳ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ଏବଂ ତାଙ୍କୁ ମଣିପୁରର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ରାଜ୍ୟ – ରାଜ୍ୟପାଳ
ରାଜସ୍ଥାନ -ହରିଭାଉ ବାଗଡେ
ତେଲେଙ୍ଗାନା – ଜିଷ୍ଣୁ ଦେବ ବର୍ମା
ସିକ୍କିମ୍ – ଓମ୍ ପ୍ରକାଶ ମାଥୁର
ଝାଡଖଣ୍ଡ- ସନ୍ତୋଷ ଗାଙ୍ଗୱାର୍
ମହାରାଷ୍ଟ୍ର – ସିପି ରାଧାକ୍ରିଷ୍ଣନ୍
ପଞ୍ଜାବ – ଗୁଲାବ ଚାନ୍ଦ କଟାରିଆ
ଆସାମ-ମଣିପୁର- ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ
ମେଘାଳୟ – ସିଏଚ୍ ବିଜୟଶଙ୍କର
ଛତିଶଗଡ- ରାମେନ୍ ଡେକା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking