25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶକ୍ରୋମ ବ୍ରାଉଜିଂ ଵ୍ୟଵହାରକାରୀଙ୍କୁ ସରକାରଙ୍କ ଚେତାବନୀ

କ୍ରୋମ ବ୍ରାଉଜିଂ ଵ୍ୟଵହାରକାରୀଙ୍କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଲୋକେମାନେ ସାଧାରଣତଃ ଇଣ୍ଟରନେଟ୍ କାର୍ଯ୍ୟ କରିବା ପାଇଁ ଗୁଗୁଲ କିମ୍ବା କ୍ରୋମର ବ୍ୟବହାର କରିଥାନ୍ତି । କିନ୍ତୁ ଏହାକୁ ନେଇ ସରକାର କିଛି ନିର୍ଦେଶନାମା ଜାରି କରିଛନ୍ତି । ଗୁଗଲର କ୍ରୋମ ବ୍ରାଉଜର ବ୍ୟବହାର ନେଇ ଗୁଗଲ୍ କ୍ରୋମ୍ ୟୁଜରଙ୍କୁ କେନ୍ଦ୍ର ସରକାର କିଛି ଚେତାବନୀ ଦେଇଛନ୍ତି।ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମ୍ରଜେନ୍ସି ରେସପନ୍ସ ଟିମ ଏଥିରେ ଥିବା ଅନେକ ତ୍ରୁଟି ଚିହ୍ନଟ କରିଛି, ଯାହାକି ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏଜେନ୍ସି ଅନୁଯାୟୀ, ଏହି ତ୍ରୁଟିଗୁଡିକ ବ୍ୟବହାର କରି ହ୍ୟାକରମାନେ ବ୍ୟକ୍ତିଗତ ସହଜରେ ତଥ୍ୟ ପାଇପାରିବେ। ସାଇବର ଅପରାଧୀମାନେ ଏଗୁଡିକ ମାଧ୍ୟମରେ ଯେ କୌଣସି ସିଷ୍ଟମକୁ ସହଜରେ ହ୍ୟାକ୍ କରିପାରିବେ। ଗୁଗଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ପ୍ରକୃତ ବିପଦ କ’ଣ, ଏ ବିଷୟରେ ସରକାର କାହିଁକି ଅନେକ ସତର୍କ ସୂଚନା ଜାରି କରିଛନ୍ତି ଏବଂ ଏହାକୁ ଏଡାଇବା ପାଇଁ ୟୁଜର କ’ଣ ପଦକ୍ଷେପ ନେଇପାରିବେ ସେନେଇ କେତେକ ପରାମର୍ଶ ମଧ୍ୟ ଜାରି କରାଯାଇଛି।ଏ ସମ୍ପର୍କରେ କମ୍ପ୍ୟୁଟର ଏମ୍ରଜେନ୍ସି ରେସପନ୍ସ ଟିମ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି ଗୁଗଲ କ୍ରୋମରେ କିଛି ତ୍ରୁଟି ଚିହ୍ନଟ ହୋଇଛି ଯାହା ସାଇବର ଅପରାଧୀ ଏବଂ ହ୍ୟାକରଙ୍କ ପାଇଁ ସହାୟକ ହୋଇପାରେ। ଏଗୁଡିକ ମାଧ୍ୟମରେ, ହ୍ୟାକରମାନେ ୟୁଜରଙ୍କ କମ୍ପ୍ୟୁଟରକୁ ସହଜରେ ହ୍ୟାକ୍ କରିପାରିବେ । କ୍ରୋମର v122.0.6261.57 କିମ୍ବା ପୁରୁଣା ସଂସ୍କରଣଗୁଡ଼ିକ ଅଧିକ ବିପଦରେ ରହିଛି। କାରଣ ଏହାର ସୁରକ୍ଷା ପ୍ରଣାଳୀ ଅଧିକ ସୁରକ୍ଷିତ ନୁହେଁ।ଗୁଗଲ୍ କ୍ରୋମ୍ ଏହାର ୟୁଜରମାନଙ୍କୁ ତୁରନ୍ତ ବ୍ରାଉଜର୍ ଅପଡେଟ୍ କରିବାକୁ ଏବଂ ସାଇବର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହାର ନୂତନ ସଂସ୍କରଣ ଅପଡେଟ କରିବାକୁ ପରାମର୍ଶ ମଧ୍ୟ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking