20.1 C
Bhubaneswar
Thursday, November 21, 2024
Homeଦେଶ ବିଦେଶ୩୯ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିବେ ସରକାର

୩୯ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିବେ ସରକାର

ନୂଆଦିଲ୍ଲୀ : ରୋଗୀଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ସରକାର କ୍ୟାନ୍ସର ଔଷଧ, ଆଣ୍ଟି ଡାଇବେଟିସ୍, ଆଣ୍ଟି ଭାଇରାଲ୍, ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧ, ଆଣ୍ଟିଟେରୋଭାଇରାଲ୍ ଔଷଧ, ଟିବି-ଆଣ୍ଟି ଔଷଧ, କୋଭିଡ୍ ଚିକିତ୍ସାରେ ବ୍ୟବହୃତ ଔଷଧ ସମେତ ପ୍ରାୟ ୩୯ ଔଷଧର ମୂଲ୍ୟ ହ୍ରାସ କରିଛନ୍ତି ।ସରକାର ଅତ୍ୟାବଶ୍ୟକ ଓଷଧର ଜାତୀୟ ତାଲିକାରେ ସଂଶୋଧନ ହୋଇଛି । ଏହାର ପ୍ରସ୍ତାବିତ ମୂଲ୍ୟ ସୀମା ପାଇଁ ଏହି ତାଲିକାରେ ୩୯ଟି ନୂଆ ନାମ ଯୋଡା ଯାଇଛି । ଯେଉଁ ଔଷଧଗୁଡିକର ନାମ ଏହି ତାଲିକାରେ ଯୋଡି ହୋଇଛି । କେତେକ ଆଣ୍ଟିଭାଇରାଲ୍ ବ୍ୟତୀତ କର୍କଟ, ମଧୁମେହ, ଟିଭି ଏବଂ ଏଚ୍.ଆଇ.ଭି. ବିରୋଧରେ ଲଢିବାକୁ ଥିବା ଔଷଧ ସାମିଲ ଅଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାର ବିଦ୍ୟମାନ ତାଲିକାରୁ ୧୬ଟି ଔଷଧ ହଟାଇ ଦେଇଛନ୍ତି । ବର୍ତ୍ତମାନ ଏହି ତାଲିକାରେ ୩୯୯ ଅତ୍ୟାବଶ୍ୟକ ଔଷଧ ଅନ୍ତର୍ଭୁକ୍ତ । ଯାହାର ମୂଲ୍ୟ ସରକାର ହ୍ରାସ କରିଛନ୍ତି । ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ ଅଧୀନରେ ଥିବା ବିଶେଷଜ୍ଞ କମିଟି ଦ୍ୱାରା ପ୍ରସ୍ତୁତ ସଂଶୋଧିତ ତାଲିକା ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ନିକଟରେ ଦାଖଲ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ଔଷଧ ଏବଂ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ସ୍ଥାୟି କମିଟି ଦ୍ୱାରା ମୂଲ୍ୟାଙ୍କନ କରାଯିବ । ଏଥିରେ ଦେଖାଯାଏ, କେଉଁ ଔଷଧର ମୂଲ୍ୟ ଅଧିକ ହ୍ରାସ କରିବାର ଆବଶ୍ୟକତା ଅଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ଦ୍ୱାରା ଡକ୍ଟର ଭି.କେ ପାଲ, ସଦସ୍ୟ, NITI ଆୟୋଗଙ୍କ ନେତୃତ୍ୱରେ SCAMHP ର ସୁପାରିଶକୁ ଆଧାର କରି ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking