25.6 C
Bhubaneswar
Thursday, March 27, 2025
Homeଦେଶ ବିଦେଶସ୍ଵଦେଶ ଫେରିବେ ଗୋଟାବୟ

ସ୍ଵଦେଶ ଫେରିବେ ଗୋଟାବୟ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ସ୍ବଦେଶ ଫେରିଆସିବାକୁ ଯୋଜନା କରିଛନ୍ତି। ଜୁଲାଇ ୧୪ ତାରିଖରେ ଗୋଟାବୟ ଦେଶ ଛାଡି ପ୍ରଥମେ ମାଳଦ୍ବୀପ ପଳାଇଥିଲେ। ପରେ ସେଠାରୁ ସେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଥାଇ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ପ୍ରାୟ ଦୁଇ ସପ୍ତାହ ହେଲା ସେ ସେଠାରେ ଅବସ୍ଥାପନ କରୁଛନ୍ତି। ସିଙ୍ଗାପୁରରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଗୋଟାବୟଙ୍କୁ ଭୁଲ୍ ନିଷ୍ପତ୍ତିକୁ ଦାୟୀ କରି ଦେଶବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରି ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିଥିଲେ। ଗୋଟାବୟଙ୍କ ଇସ୍ତଫା ପରେ ରନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking