ନୂଆଦିଲ୍ଲୀ: ଅଚାନକ ହ୍ୱାଟ୍ସଆପ୍କୁ ଆସିଲା ଭିଡିଓ କଲ୍ । ରିସିଭ୍ କରୁକରୁ ଭିଡିଓ କଲ୍ରେ ଥିବା ଜଣେ ଯୁବତୀ ଖୋଲିବାକୁ ଲାଗିଲେ ପୋଷାକ । ମୋବାଇଲ ଧରିଥିବା ଲୋକ ଏହା ଦେଖି ଛାନିଆ । ତରବର ହୋଇ କାଟିଦେଲେ କଲ । ଆଉ ଏହାର କିଛି ସମୟ ପରେ ଆସିଲା ଧମକ ପୂର୍ଣ୍ଣ କଲ ଆଉ ମେସେଜ । ସେଥିରେ କୁହାଗଲା ଟଙ୍କା ଦିଅ, ନଚେତ ତମ ଫଟୋ ଭିଡିଓ ଭାଇରାଲ ହେବ । ତମକୁ ବଦନାମ କରିଦିଆଯିବ । ପ୍ରଥମେ ନ୍ୟୁଡ୍ ଭିଡିଓ କଲ କରିଥିବା ଲୋକ ହିଁ ଏଭଳି ଧମକପୂର୍ଣ୍ଣ କଲ କରିଥିଲା । ଆଉ ଟଙ୍କା ମାଗିଥିଲା । ତେବେ ଏଭଳି କାହାଣୀ ଆପଣ ପୂର୍ବରୁ ବି ଶୁଣିଥିବେ । କାରଣ ସାଇବର ଲୁଟେରା ବା ଅପରାଧୀଙ୍କର ଏବେ ଏହା ଏକ ନୀତି ଦିନିଆ ଚାଲ ହୋଇଗଲାଣି ।
ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସିଛି । ଲୋକଙ୍କର ଏଭଳି ଖବର ଶୁଣି ଶୁଣି ଦେହ ସୁହା ହେଲାଣି । ତେବେ ଏଥର ଆମେ ଯେଉଁ କଥା କହୁଛୁ ତାହା ଏହାଠାରୁ ଟିକେ ଭିନ୍ନ । କାହାଣୀ ସମାନ, ଢ଼ଙ୍ଗ ବି ସମାନ । ହେଲେ କଲ୍ ରିସିଭ କରିଥିବା ବ୍ୟକ୍ତ କିନ୍ତୁ ଏଥର କୌଣସି ଯୁବକ ନୁହଁନ୍ତି । ସେ ଜଣେ ୭୨ ବର୍ଷିୟ ବୃଦ୍ଧ । ତାଙ୍କ ପାଖକୁ ଆସିଥିଲା ଏଭଳି ନ୍ୟୁଡ୍ ଭିଡିଓ କଲ୍ । ଏହି ଜଣେ ବ୍ୟକ୍ତିଙ୍କୁ ନୁହେଁ, ଏଭଳି ପ୍ରାୟ ଦୁଇ ଜଣଙ୍କୁ କଲ ଆସିଥିବା ନେଇ ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ଦୁର୍ବୃତ୍ତ ଜଣକ ଉଭୟଙ୍କୁ ୨୩ ଲକ୍ଷ ଟଙ୍କା ଦେବାକୁ କହିଥିଲା । ଏହି ଟଙ୍କା ନଦେଲେ ଫଟୋ ଭିଡିଓ ଭାଇରାଲ କରି ବଦନାମ କରିଦେବେ ବୋଲି ଧମକ ଦେଇଥିଲା । କିନ୍ତୁ ମାମଲା ଏବେ ପୋଲିସ ହାତରେ । ମଙ୍ଗଳବାର ଏହି ଘଟଣା ଘଟିଛି । ହାଇଦ୍ରାବାଦ ନାରାୟଣଗୁଡ଼ା ସେପ୍ଟୁଆଗେନାରିଆନ୍ରୁ ଏହି ଘଟଣା ସାମ୍ନାକୁ ଆସିଛି ।