28.1 C
Bhubaneswar
Saturday, September 28, 2024
Homeଓଡିଶାନବଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ!

ନବଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ!

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ । କୋର୍ଟରେ ଦାଖଲ ୫୦୦ ପୃଷ୍ଟାର ଚାର୍ଜସିଟରେ ଚାଞ୍ଚଲ୍ୟକର ତଥ୍ୟ । ପୂର୍ବରୂ ବି ନବଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଗୋପାଳ । ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଗୋପାଳ । କିଶୋର ମହାନ୍ତିଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ ବେଳେ ହତ୍ୟା ଉଦ୍ୟମ କରିଥିଲା । କିନ୍ତୁ ସେଦିନ ଗୋପାଳକୁ କୌଣସି ସୁଯୋଗ ମିଳି ନଥିଲା । ସେହି ଦିନଠୁ ସବୁବେଳେ ସର୍ଭିସ ପିସ୍ତଲ ଲୋଡେଡ୍ ରଖୁଥିଲା ଗୋପାଳ । ନବ ହତ୍ୟା ଯୋଜନା ସଫଳ ହେବା ପାଇଁ ସମଲେଇଙ୍କୁ ଦର୍ଶନ କରିଥିଲା ।

ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ମୁଣ୍ଡନ ହୋଇଥିଲା ଗୋପାଳ । ନିଜ ଭାଇ ସତ୍ୟନାରାୟଣ ସହ ମୁଣ୍ଡନ ହୋଇଥିଲା ଗୋପାଳ । ନିକଟ ଭବିଷ୍ୟତରେ ନବ ଦାସଙ୍କୁ ମାରିବ ବୋଲି ଶପଥ ନେଇଥିଲେ ।ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁ ଯାଇ ଫେଲ୍ ମାରିଥିଲା ଗୋପଳା । ସେହିଦିନ ଠାରୁ ଗୋପାଳ ନିଜ ସର୍ଭିସ ପିସ୍ତଲରେ ଗୁଳି ଲୋଡ କରି ରଖିଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ସମାନ ତଥ୍ୟ ରହିଛି । ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗୋପାଳ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ନବ ତାଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ । ତାପରଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଗୋପାଳ ଏହିଭଳି ବଡକାଣ୍ଡ ଘଟାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking