19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶକର୍ମଚାରୀ ଛଟେଇ ଲକ୍ଷ୍ୟରେ ଗୁଗଲ୍ ଓ ମେଟା

କର୍ମଚାରୀ ଛଟେଇ ଲକ୍ଷ୍ୟରେ ଗୁଗଲ୍ ଓ ମେଟା

ୱାଶିଂଟନ: ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଓ ଅନ୍ୟତମ ସୋସିଆଲ ମିଡିଆ ମେଟା (ପୂର୍ବତନ ନାମ ଫେସ୍‌ବୁକ୍‌) ବର୍ତ୍ତମାନ କର୍ମଚାରୀ ଛଟେଇ କରିବାକୁ ଯୋଜନା ଚଳାଇଥିବା ଜଣାପଡିଛି । କୋଭିଡ୍ ପରବର୍ତ୍ତୀ ସ୍ଥିତି, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗଗୁଡିକ ବର୍ତ୍ତମାନ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବାରେ ଲାଗିଛି । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହି ପ୍ରଭାବ ପରିଲକ୍ଷିତ ହେଉଛି । ବ୍ୟବସାୟରେ କ୍ଷତି ଘଟୁଥିବାରୁ ଏହି ଦୁଇଟି କମ୍ପାନୀ ଖର୍ଚ୍ଚକାଟ ଉଦ୍ଦେଶ୍ୟରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଚିନ୍ତା କରୁଥିବା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରୁ ଜଣାପଡିଛି । ମେଟା କମ୍ପାନୀ ଆଗାମୀ କିଛିମାସ ମଧ୍ୟରେ ୧୦ ପ୍ରତିଶତ ଖର୍ଚ୍ଚକାଟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଚଳିତବର୍ଷ ଜୁଲାଇ ସୁଦ୍ଧା ମେଟା ପ୍ଲାଟଫର୍ମସ ଇନ୍‌କର୍ପୋରେଟ୍ ରାଜସ୍ୱ କମିଥିବା ଜଣାପଡିଛି । ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ କମ୍ପାନୀର ବ୍ୟବସାୟ ୨୮.୫ ବିଲିୟନ ଡଲାରରୁ ୨୬ ବିଲିୟନ ଡଲାରକୁ କମିବାର ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଯେଉଁ କର୍ମଚାରୀ ଗୁଗଲ୍ ଛାଡିବାକୁ ଇଚ୍ଛା କରୁନାହାନ୍ତି, ସେମାନଙ୍କୁ କମ୍ପାନୀ ଛଟେଇ କରିବା ପରିବର୍ତ୍ତେ ନିମ୍ନ ପାହ୍ୟାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking