20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶମାଗଣାରେ ନ୍ୟୁଜ୍ ପ୍ରକାଶ କରିପାରିବେ ନାହିଁ ଗୁଗୁଲ ଏବଂ ଫେସବୁକ୍‌; ଏପରି ଜବାବ ଦେଲା ମେଟା

ମାଗଣାରେ ନ୍ୟୁଜ୍ ପ୍ରକାଶ କରିପାରିବେ ନାହିଁ ଗୁଗୁଲ ଏବଂ ଫେସବୁକ୍‌; ଏପରି ଜବାବ ଦେଲା ମେଟା

ନୂଆଦିଲ୍ଲୀ : ଇଣ୍ଟରନେଟ୍ ଦିଗଜ୍ଜମାନଙ୍କୁ ଏବେ କାନାଡାର ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବାକୁ ପଡିବ । ସେମାନେ ସେମାନଙ୍କର ଖବର ମାଗଣାରେ ଦେଖାଇ ପାରିବେନାହିଁ । ଅନ୍ୟପକ୍ଷରେ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଦେଶର ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍‌, ଇନଷ୍ଟାଗ୍ରାମରେ ସମ୍ବାଦ ପ୍ରବେଶକୁ ବନ୍ଦ କରିବାକୁ ଯୋଜନା କରୁଛି ମେଟା ପ୍ଲାଟଫର୍ମ । ତେବେ ଗୁଗୁଲ, ଫେସବୁକ୍ ଏବେ ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବେ । ଏନେଇ କାନାଡ ସଂସଦରେ ‘ଅନଲାଇନ ନ୍ୟୁଜ୍ ଆକ୍ଟ’କୁ ନେଇ ଏକ ବିଲ୍ ପାରିତ ହୋଇଛି । ଯାହାକୁ ନେଇ କାନାଡ ସରକାର ଓ ମେଟା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । କାନାଡ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଇଣ୍ଟରନେଟ୍ ୟୁଜର୍ସଙ୍କ ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଦ୍ୱାରା ଆସୁଥିବା ଖବରକୁ ବନ୍ଦ କରିବାକୁ ଯୋଜନା କରିଛି ମେଟା ପ୍ଲାଟଫର୍ମ । ଅନଲାଇନ ନ୍ୟୁଜ ଆକ୍ଟକୁ ସିନେଟ ଦ୍ୱାରା ଅନୁମୋଦିତ ହୋଇଥିବାବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ଟେକ କମ୍ପାନୀଗୁଡିକ ଉପରେ କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିଗୁଡିକ ନିଜର ନିୟନ୍ତ୍ରଣ ଚାହୁଁଥିଲେ । ଯାହାକୁ ନେଇ ସେଠାକାର ସରକାର ଏହି ବିଲ୍ ଆଗତ କରିଛନ୍ତି । କାନାଡିଆନ ମିଡିଆ ଇଣ୍ଡଷ୍ଟ୍ରିର ଏକ ଅଭିଯୋଗ ପରେ ସଂସଦରେ ଏହି ଆଇନକୁ ପ୍ରସ୍ତାବ ଦିଆଯାଇଥିଲା । ଏହାଦ୍ୱାରା ମିଡିଆକୁ ଅନଲାଇନ ବିଜ୍ଞାପନ ବଜାରରୁ ରୋକାଯାଇପାରିବ । ତେବେ ଏହି ବିଲ୍ ନେଇ କାନାଡାର ସମସ୍ତ ୟୁଜର୍ସଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନ୍ୟୁଜ ସେବା ବନ୍ଦ କରିବ ବୋଲି କହିଛିି ମେଟା । ଫେସବୁକ ଏବଂ ଆଲଫାବେଟର ଗୁଗୁଲ ପରି ପ୍ଲାଟଫର୍ମଗୁଡିକରେ ବାଣିଜ୍ୟ କାରବାର ପାଇଁ ଚର୍ଚ୍ଚା ଏବଂ ଖବର ପ୍ରକାଶକମାନଙ୍କୁ ସେମାନଙ୍କ ବିଷୟବସ୍ତୁ ପାଇଁ ଦେୟ ଦେବାକୁ ବାଧ୍ୟ କରୁଛି ବୋଲି ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମେଟା । ମେଟା କହିଛି ୨୦୨୧ମସିହାରେ ଅଷ୍ଟ୍ରେଲିଆରେ ଏହିଭଳି ବିଲ୍ ସଂସଦରେ ପାରିତ ହୋଇଥିଲା । ତେବେ କାନାଡର ଏହି ବିଲ୍‌କୁ ସଂଶୋଧନ କରିବାକୁ ଗୁଗୁଲ ପ୍ରସ୍ତାବ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking