34.1 C
Bhubaneswar
Saturday, May 18, 2024
Homeଅପରାଧକମ୍ପାନୀରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ୫ ଗିରଫ

କମ୍ପାନୀରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ୫ ଗିରଫ

ଭୁବନେଶ୍ୱର: ଏକ ଲଜିଷ୍ଟିକ ସଂସ୍ଥାରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ସଦର ଅ ଳର ଦୀପକ କୁମାର ପରିଡା (୨୬), ପୁରୀର ପବିତ୍ରା ମୋହନ ଦାସ (୨୭), କଟକ ସଦରର ୩. ସରୋଜ ନନ୍ଦ ଦାସ (୨୬), ବ୍ରହ୍ମଗିରିର ରାଜ ନାୟକ (୨୬) ଓ ପୁରୀ ଗୋପର ପ୍ରକାଶ ଚନ୍ଦ୍ର ନାୟକ (୪୦) । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏସ୍‌ଏଲପି ଆଣ୍ଡ କ୍ୟୁଏ ବିଜି ବିସ୍ ଲଜିଷ୍ଟିକ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଜଣେ ଏକଜିକ୍ୟୁଟିଭ ଭାବେ କାର୍ଯ୍ୟ କରନ୍ତି, ଏବଂ ତାଙ୍କ କମ୍ପାନୀ ଅନଲାଇନ ପାର୍ସଲ ଗୁଡିକୁ ଗ୍ରାହକମାନଙ୍କୁ ଡେଲିଭରି ଦେବା କାର୍ଯ୍ୟ କରେ । ଗିରଫ ଅଭିଯୁକ୍ତମାନେ ଉକ୍ତ କମ୍ପାନୀରେ କାର୍ଯ୍ୟ କରିବା ମଧ୍ୟରେ ଗତ ବର୍ଷେ ହେବ କୌଶଳ କ୍ରମେ ଲକ୍ଷାଧିକ ଟଙ୍କାର ଦାମୀ ସାମଗ୍ରୀ ସବୁକୁ କମ୍ପାନୀରୁ ଚୋରୀ କରିନେଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ପରେ, ଚନ୍ଦକା ଥାନା ପୁଲିସ ମାମାଲା ରୁଜୁ କରି ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ହେପାଜତରୁ ୧୪ଟି ଦାମୀ ମୋବାଇଲ ଫୋନ ଏବଂ ୨ଟି ଲାପଟପ ସହିତ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରିଥିଲେ । ପଚରାଉଚରା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking