36.1 C
Bhubaneswar
Sunday, May 19, 2024
Homeଓଡିଶାହୀରାକୁଦ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ହୀରାକୁଦ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମ୍ବଲପୁର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ହୀରାକୁଦ ଷ୍ଟେସନ ନିକଟରେ ଯାଉଥିବା ଏକ ସାମଗ୍ରୀ ବାହକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଘଟଣା ମୁତାବକ ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମାଲବାହୀ ଟ୍ରେନଟି ସମ୍ବଲପୁରରୁ ବରଗଡ଼ ଆଡ଼କୁ ଅତିକ୍ରମ କରୁଥିବା ବେଳେ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିଲା।

ତେବେ ଏହି ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ଟେକନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା। ଏହି ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସମ୍ବଲପୁର ଡିଭିଜନର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking