ନୂଆଦିଲ୍ଲୀ: ଆଧାର ନମ୍ବର ହେଉଛି ଏକ ୧୨ ସଂଖ୍ୟା ବିଷିଷ୍ଟ ନମ୍ବର ଯାହାକୁ ୟୁଆଇଡିଏଆଇ ବାହାର କରାଯାଇଥାଏ ଏବଂ ଏହା ଜଣେ ବ୍ୟକ୍ତିର ପରିଚୟ ଓ ଠିକଣାକୁ ଦର୍ଶାଏ । ସବୁ ସ୍ଥାନରେ ଆଧାର କାର୍ଡ ନିହାତି ଭାବରେ ଆବଶ୍ୟକ ହୋଇଥାଏ । ବ୍ୟାଙ୍କ ହେଉ କି ଟେଲିକମ କମ୍ପାନୀ କିମ୍ବା ପବ୍ଲିକ ଡିଷ୍ଟ୍ରିବୁସନ ସିଷ୍ଟମ, ସବୁ ସ୍ଥାନରେ ଆଧାର ବିନା ସବୁ ଅଦରକାରୀ ହୋଇପଡେ । ତେବେ ଏକ ତାଜା ସୂଚନା ଅନୁଯାୟୀ, ୟୁଆଇଡିଏଆଇ ନୂଆ ଆଧାର ପିଭିସି କାର୍ଡ ଲଂଚ କରିଛି, ଯାହା ଦେଖିବାକୁ ଆକର୍ଷଣୀୟ, ଡ୍ୟୁରେବଲ ଏବଂ ସେଥିରେ ଅତ୍ୟାଧୁନିକ ଫିଚର ମଧ୍ୟ ରହିଛି । ତେବେ ତାର ସିକ୍ୟୁରିଟି ଫିଚରରେ ହୋଲୋଗ୍ରାମ, ଗ୍ୟୁଲୋଚ ପାଟର୍ନ, ଘୋଷ୍ଟ ଇମେଜ ଓ ମାଇକ୍ରୋସଫ୍ଟ ରହିଛି । ଏହାକୁ ମୁଖ୍ୟ ଭାବରେ ଦୁଇ ପ୍ରକାରରେ ଆପଣ ଡାଉନଲୋଡ କରିପାରିବେ । ଗୋଟିଏ ହେଲା ଏନରୋଲମେଣ୍ଟ ନମ୍ବର ବ୍ୟବହାର କରି ଏବଂ ଅନ୍ୟଟି ହେଲା ନିଜ ଆଧାର ନମ୍ବର ବ୍ୟବହାର କରି । ତେବେ ଏହାକୁ ବାଦ ହେଲେ ୟୁଆଇଡିଏଆଇ ଯେଉଁ ନୂଆ ଫିଚର ଲଂଚ କରିଛି, ତା ଦ୍ୱାରା ଆପଣ ଅନଲାଇନରେ ଫେସ ଅଥେଣ୍ଟିକେସନ ଦ୍ୱାରା ଆଧାର କାର୍ଡ ବି ଡାଉନଲୋଡ କରିପାରିବେ ।
କିପରି କରିବେ ଆସନ୍ତୁ ଜାଣିବା:
ପ୍ରଥମେ ‘ୟୁଆଇଡିଏଆଇ ୱେବସାଇଟ’ ଲଗ ଇନ କରନ୍ତୁ
ପରେ ‘ଗେଟ୍ ଆଧାର କାର୍ଡ’ ଅପ୍ସନ ଉପରେ କ୍ଲିକ କରନ୍ତୁ
ପରେ ଆଧାର କାର୍ଡ ସେକ୍ସନରେ ‘ଫେଓ ଅଥେଣ୍ଟିକେସନ’ ଖୋଜନ୍ତୁ
ତେବେ ଫେସ ଅଥେଣ୍ଟିକେସନ ସିଲେକ୍ଟ କରିବା ପୂର୍ବରୁ ଆପଣ ମୋବାଇଲ ନମ୍ବର ଦେବା ସହ କ୍ୟାପଚା କରନ୍ତୁ ।
ଏବେ ଅଥେଣ୍ଟିକେସନ ପ୍ରୋସେସ ଜରିଆରେ ଆପଣଙ୍କ ଫେଓସ ଭେରିଫାଇ କରନ୍ତୁ
ପରେ ‘ଓକେ’ କ୍ଲିକ କରିବା ପରେ ୟୁଆଇଡିଏଆଇ ଆପେ ଆପେ ଆପଣଙ୍କ ଫଟୋକୁ କ୍ଲିକ କରିନେବ
ଥରେ ଆପଣଙ୍କ ଫଟୋ କ୍ଲିକ ଏବଂ ଭେରିଫାଏ ହୋଇସାରିବା ପରେ ଆପଣ ଏବେ ଆପଣଙ୍କ ଆଧାର କାର୍ଡ ଡାଉନଲୋଡ କରିପାରିବେ ।