31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୁନା କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସୁନା କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତି ଖାସ୍ । ଆଜ୍ଞା ହଁ, ସୁନାର ଆଭୂଷଣ ଏବଂ କଳାକୃତି ଉପରେ ଅନିବାର୍ଯ୍ୟ ରୂପରେ ହଲମାର୍କିଂ ୧ ଜୁନ ୨୦୨୧ରୁ ଲାଗୁ ହେବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ, ଦେଶରେ ବିବାହ ସିଜନ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ ୱେଡିଂ ସିଜନ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣଙ୍କ ଘରେ କାହାର ବିବାହ ହେବାର ଅଛି, ତେବେ ଆପଣ ସୁନା ହଲମାର୍କ ଦେଖି ହିଁ କିଣନ୍ତୁ । ପୂର୍ବରୁ ହଲମାର୍କିଂ ୧୫ ଜାନୁୟାରୀ ୨୦୨୧ ରୁ ଲାଗୁ ହେବାର ଥିଲା । ମାତ୍ର ଲକଡାଉନ ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅନିବାର୍ଯୟ ହଲମାର୍କିଂ ତାରିଖ ଆଗକୁ ବଢାଇଥିଲେ । ଫଳରେ ସୁନା ବେପାରୀ ୧ ଜୁନ ୨୦୨୧ ପରେ ୧୪,୧୮ ଓ ୨୨ କ୍ୟାରେଟ ସୁନାରେ ପ୍ରସ୍ତୁତ ଅଳଙ୍କାର ବିକ୍ରି କରିବାରେ ସକ୍ଷମ ହୋଇପାରିବେ । ଯଦି କିଏ ଏହାକୁ ଉଲ୍ଲଂଘନ କରନ୍ତି, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଗୋଟିଏ ବର୍ଷ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ ।

ଯଦି ଆପଣ ହଲମାର୍କିଂ ବିଷୟରେ ଜାଣି ନାହାଁନ୍ତି, ତେବେ ଆସନ୍ତୁ ଜାଣିବା । ପ୍ରକୃତରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ହଲମାର୍କିଂ ହେଉଛି ସୁନାର ଶୁଦ୍ଧତାକୁ ପ୍ରାମାଣିକରଣ କରିବାର ଏକ ବ୍ୟବସ୍ଥା । ଅଳଙ୍କାର BIS ମାନକ ପୂରଣ କରେ କି ନାହିଁ ତାହା ପ୍ରମାଣ କରିବା ପାଇଁ BIS ପ୍ରତୀକ ସେବା କରେ । ସେଥିପାଇଁ ଅଳଙ୍କାର କିଣିବା ପୂର୍ବରୁ ନିଶ୍ଚିତ ହୁଅନ୍ତୁ ଯେ ଅଳଙ୍କାରରେ କେତେ କ୍ୟାରେଟ୍ ହଲମାର୍କିଂ ପ୍ରୟୋଗ କରାଯାଇଛି । ତ୍ରିକୋଣୀୟ ଚିହ୍ନ ସୁନାର ଶୁଦ୍ଧତା, ଅଳଙ୍କାର ଉତ୍ପାଦନ ବର୍ଷ ଏବଂ ଉତ୍ପାଦକଙ୍କ ଲୋଗୋ ମଧ୍ୟ ଦର୍ଶାଏ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking