26.1 C
Bhubaneswar
Thursday, September 19, 2024
Homeଅପରାଧଯୁବତୀଙ୍କ ଠାରୁ ଝାମ୍ପିନେଲେ ସୁନା ଓ ରୁପା

ଯୁବତୀଙ୍କ ଠାରୁ ଝାମ୍ପିନେଲେ ସୁନା ଓ ରୁପା

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ। ଯୁବତୀଙ୍କ ଠାରୁ ଲୁଟି ନେଲେ ସୁନା ହାର ଓ ରୁପା ମୁଦି। ଯୁବତୀ ଜଣଙ୍କ ଭୋରୁ ବାପାଙ୍କୁ ସାଥିରେ ଧରି ସ୍କୁଟିରେ ଧାମନଗର ଅଭିମୁଖେ ଯାଇଥିଲେ। ବାପାଙ୍କର କଲିକତା ଯିବାର ଥିବାରୁ ଝିଅ ତାଙ୍କୁ ଧାମନଗର ଛାଡ଼ି ଏକା ଘରକୁ ଫେରୁଥିଲେ। ହଠାତ୍‌‌ ରାମେଶ୍ୱରପୁର ଗେଟ୍ ନିକଟରେ ୨ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ପଛରୁ ଆସି ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ଯୁବତୀ ତଳେ ପଡି ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଯୁବତୀ ପିନ୍ଧିଥିବା ସୁନା ଅଳଙ୍କାର ଛଡାଇ ନେଇଥିଲେ। ଏହାପରେ ଯୁବତୀ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking