26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶ୩ଟି ନ୍ୟୁକ୍ଲିୟର ପ୍ଲାଣ୍ଟ ବନ୍ଦ କଲା ଜର୍ମାନୀ

୩ଟି ନ୍ୟୁକ୍ଲିୟର ପ୍ଲାଣ୍ଟ ବନ୍ଦ କଲା ଜର୍ମାନୀ

ବର୍ଲିନ: ଜର୍ମାନୀ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଦେଶରେ ଥିବା ୩ଟି ନ୍ୟୁକ୍ଲିୟର ପ୍ଲାଣ୍ଟକୁ ବନ୍ଦ କରିଦେଇଛି । ଏହା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ୬୦ବର୍ଷ ତଳେ ଜର୍ମାନୀ ଆରମ୍ଭ କରିଥିବା ପରୁମାଣୁ ଉର୍ଜାର ବ୍ୟବହାର ଏବେ ବନ୍ଦ ହୋଇଯାଇଛି । ୨୦୩୫ ସୁଦ୍ଧା ରିନ୍ୟୁଏବଲ ଏନର୍ଜି ଉପରେ ଜର୍ମାନୀ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବ ବୋଲି ପରିବେଶ ବିଭାଗ ମନ୍ତ୍ରୀ ଷ୍ଟେଫି ଲେମକେ କହିଛନ୍ତି ।

୨୦୨୨ରୁ ଏହି ପ୍ଲାଣ୍ଟଗୁଡିକ ବନ୍ଦ କରାଯିବ ବୋଲି ସ୍ଥିର ହୋଇଥିଲା । ମାତ୍ର ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଏଥିରେ ବିଳମ୍ବ ଘଟିଲା ବୋଲି ସେ କହିଛନ୍ତି। ଜର୍ମାନୀ ଏନର୍ଜି ସପ୍ଲାଇ ପାଇଁ ରୁଷ ଉଭୟରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ରୁଷ ଉପରେ ପ୍ରତିବନ୍ଧ ଲଗାଯିବାରୁ ଜର୍ମାନୀ ଆବଶ୍ୟକ ସାମଗ୍ରୀ ପାଇ ପାରି ନଥିଲା । ୧୯୯୭ରେ ଜର୍ମାନୀ ୩୦.୮ ପ୍ରତିଶତ ଏନର୍ଜି ପାଇଁ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ନିର୍ଭର କରୁଥିଲା । ଏବେ ଏହା ଖସି ୬ ପ୍ରତିଶତ ରହିଛି । ତେବେ କ୍ଷମତାରେ ଥିବା ପାର୍ଟି ରାଜନୈତିକ ଫାଇଦା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking