27.1 C
Bhubaneswar
Sunday, September 8, 2024
Homeଖେଳବିଶ୍ୱକପ୍ ଫାଇନାଲ୍‌ର ପିଚ୍‌କୁ ସାଧାରଣ ରେଟିଂ;  ୱାଙ୍ଖେଡେ ପିଚ୍‌କୁ ଆଇସିସିର କ୍ଲିନ୍ ଚିଟ୍‌

ବିଶ୍ୱକପ୍ ଫାଇନାଲ୍‌ର ପିଚ୍‌କୁ ସାଧାରଣ ରେଟିଂ;  ୱାଙ୍ଖେଡେ ପିଚ୍‌କୁ ଆଇସିସିର କ୍ଲିନ୍ ଚିଟ୍‌

ଦୁବାଇ: ଦିନିକିଆ ବିଶ୍ୱକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିବା ଅହମ୍ମଦାବାଦ ପିଚ୍ ବିଶ୍ୱସ୍ତରୀୟ ନଥିଲା । ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଏହାକୁ ଆଭରେଜ୍ ରେଟିଂ ପ୍ରଦାନ କରିଛି । ବିଶ୍ୱକପ୍‌ର ମୋଟ ୬ଟି ମ୍ୟାଚ୍ ଖେଳାଯାଇଥିବା ଚାରିଟି ପିଚ୍‌କୁ ଆଇସିସି ଆଭରେଜ୍ ରେଟିଂ ପ୍ରଦାନ କରିଛି । ଏହା ମଧ୍ୟରୁ ପାଞ୍ଚଟି ପିଚ୍‌ରେ ଭାରତ ଖେଳିଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଖେଳିଥିବା ଦୁଇଟି ମ୍ୟାଚ୍‌ର ପିଚ୍‌କୁ ସାଧାରଣ ରେଟିଂ ମିଳିଛି । ଏହା ମଧ୍ୟରୁ ଗୋଟିଏ ମ୍ୟାଚ୍ ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିଲା । ଏହା ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା । ସେହିପରି ନଭେମ୍ବର ୧୯ରେ  ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା ଏବଂ ଏଥିରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା ।

ଫାଇନାଲ୍ ପୂର୍ବରୁ ଏହି ପିଚ୍‌କୁ ନେଇ ବହୁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ପ୍ରଶ୍ନ ଉଠାଇଥିଲେ । ଫାଇନାଲ୍ ମ୍ୟାଚ୍‌ର ଦିନକୁ ପୂର୍ବରୁ ପ୍ରେସ୍ କନ୍‌ଫରେନ୍ସରେ ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଏହି ପିଚ୍‌କୁ ଉନ୍ନତ ବୋଲି କହିଥିଲେ । ସେହିପରି ଆଇସିସି କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ର ପିଚ୍‌କୁ ଆଭରେଜ୍ ରେଟିଂ ଦେଇଛି । ଏହା ମଧ୍ୟରୁ ଗୋଟିଏ ମ୍ୟାଚ୍ ନଭେମ୍ବର ୫ରେ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌କୁ ଭାରତ ୨୪୩ ରନ୍‌ରେ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ସାଉଥ୍ ଆଫ୍ରିକାକୁ ପରାଜିତ କରିଥିଲା । ଏହା ବ୍ୟତୀତ ଚେନ୍ନାଇ ଓ ଲକ୍ଷ୍ନୌ ପିଚ୍‌କୁ ମଧ୍ୟ ଆଇସିସି ଆଭରେଜ୍ ରେଟିଂ ପ୍ରଦାନ କରିଛି ।

ଚେନ୍ନାଇର ଏମ୍‌ଏମ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ  ୬ ୱିକେଟ୍‌ରେ ହରାଇଥିଲା । ସେହିପରି ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୦୦ ରନ୍‌ରେ ବିଜୟୀ ହୋଇଥିଲା । ତେବେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ନଭେମ୍ବର ୧୫ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ର ପିଚ୍‌କୁ ଆଇସିସି କ୍ଲିନ୍ ଚିଟ୍ ପ୍ରଦାନ କରିଛି । ଏହି ପିଚ୍‌କୁ ନେଇ ଅନ୍ତର୍ଜାତୀୟ ମିଡିଆ ବହୁ ପ୍ରଶ୍ନ ଉଠାଇଥିଲେ । ମିଡିଆ ବିସିସିଆଇ ଓ ଟିମ୍ ଇଣ୍ଡିଆ ବିପକ୍ଷରେ ପିଚ୍ ପରିବର୍ତ୍ତନର ଅଭିଯୋଗ ଆଣିଥିଲେ । ଅବଶ୍ୟ ଆଇସିସି ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ଯେଉଁ ପିଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ୍ ଖେଳାଯାଇଥିଲା ତାହା ପୂର୍ବରୁ ନିର୍ଦ୍ଧାରିତ ଥିଲା । ଭାରତ ଏହି ମ୍ୟାଚ୍‌କୁ ୭୦ ରନ୍‌ରେ ଜିତି ଫାଇନାଲ୍ ସ୍ଥାନ ପକ୍କା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking