29.7 C
Bhubaneswar
Thursday, May 15, 2025
Homeଓଡିଶାରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା...

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି  ।  ଗତକାଲି ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଛି  ସେନା  ।

ତେବେ ଏ ନେଇ ଜଗନ୍ନାଥ ସେନାର  ଆବାହକ କହିଛନ୍ତି ଦୁଇ ମାସ ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ । ନଚେତ ଜଗନ୍ନାଥ ସେନା ପୁଣି ଥରେ ଆନ୍ଦୋଳନ କରିବ  । ସମୟ ଗଡାଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସରକାର ନଖେଳନ୍ତୁ  । ସେପଟେ ସେନା କହିଛି ଏକ କମିଟି ଗଠନ  କରି ସେଥିରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଓକିଲ , ଜଜ , ଶଙ୍କରାଚାର୍ଯ୍ୟ ଏବଂ ଗଜପତି ଙ୍କ ପରାମର୍ଶ ନିଆଯିବ  । ଏବଂ ସରକାରଙ୍କୁ ପରାମର୍ଶ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking