30.1 C
Bhubaneswar
Monday, May 20, 2024
Homeଅପରାଧମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର: ସ୍ତ୍ରୀ, ଶାଶୂ, ଶ୍ୱଶୁର ଗିରଫ

ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର: ସ୍ତ୍ରୀ, ଶାଶୂ, ଶ୍ୱଶୁର ଗିରଫ

ଗଞ୍ଜାମ: ସୋରଡା ଥାନା ପୁଷ୍ପନଗର ଅଞ୍ଚଳ ନଦୀ ପଠାରୁ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ଘଟଣାରେ ପୋଲିସ୍‌କୁ ସଫଳତା ମିଳିଛି । ମୃତକ ଭଗବାନ ନାୟକ ଏବଂ ତାଙ୍କ ଘର ସୋରଡା ଗୁଡିଢେପ ଅଞ୍ଚଳରେ ବୋଲି ପୋଲିସ୍ ସ୍ପଷ୍ଟ କରିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ମୃତକଙ୍କ ସ୍ତ୍ରୀ ଝିଲି ନାୟକ, ଶାଶୂ କିଶୋରୀ ନାୟକ ଓ ଶ୍ୱଶୁର କବିରାଜ ନାୟକ। ହତ୍ୟାରେ ବ୍ୟବହୃତ କାତି ଜବତ କରାଯାଇଛି । ପ୍ରମାଣ ନଷ୍ଟ ପାଇଁ ମୁଣ୍ଡକୁ ଅନ୍ୟ ସ୍ଥାନରେ ପୋତି ଦେଇଥିବା ନେଇ ପୋଲିସ୍‌ର ଜେରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିବା ସୂଚନା ଦିଆଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୋରଡା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ମୃତକଙ୍କ ୨ ନାବାଳକ ସନ୍ତାନ ରହିଛନ୍ତି । ସୂଚନାଯୋଗ୍ୟ, ଗତ ୯ ବର୍ଷ ପୂର୍ବେ ସୋରଡା ଗୁଡିଢେପ ଅଞ୍ଚଳର ଭଗବାନ ନାୟକ ପୁଷ୍ପନଗର ଅଞ୍ଚଳର ଝିଲି ନାୟକଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ଝିଲ ଗତ କିଛି ବର୍ଷ ହେବ ନିଜ ମାଆଘର ପୁଷ୍ପନଗରରେ ରହି ଆସୁଥିଲେ । ଚଳିତ ମାସ ୧୮ ତାରିଖରେ ଭଗବାନ ସ୍ତ୍ରୀ ଝିଲି ନାୟକଙ୍କ ଘରକୁୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଘଟଣା ପରଦିନ ନିକଟସ୍ଥ ନଦୀ ପଠାରେ ଭଗବାନଙ୍କ ମୁଣ୍ଡବିହୀନ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ଶବ ଉଦ୍ଧାର କରିଥିଲା । ବେଳେ ଶବ ଭଗବାନ ନାୟକଙ୍କ ବୋଲି ଜାଣିବାକୁ ପାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ ଉମାଶଙ୍କର ସିଂ, ସୋରଡା ଥାନାଧିକାରୀ ରମେଶ କୁମାର ପ୍ରଧାନ, ଏଏସଆଇ ଏ.ଟି. ଦାନି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking