28.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରଶାସନ ଶୁଣିଲାନି, ସରପଞ୍ଚ ନିଜସ୍ୱ ଉଦ୍ୟମରେ ନିର୍ମାଣ କଲେ କାଠ ପୋଲ

ପ୍ରଶାସନ ଶୁଣିଲାନି, ସରପଞ୍ଚ ନିଜସ୍ୱ ଉଦ୍ୟମରେ ନିର୍ମାଣ କଲେ କାଠ ପୋଲ

ଗଞ୍ଜାମ : ବଣ ଜଙ୍ଗଲରେ ରହୁଥିବା ଆଦିବାସୀ ମାନେ ବହୁ ସମସ୍ଯା ଦେଇ ଗତି କରୁଥିବା ବେଳେ ପ୍ରଶାସନର ନଜର ପଡୁନି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକର ମୁଜାଗଡ ଗ୍ରାମ ପଞ୍ଚାୟତ । ଯେଉଁ ଗ୍ରାମ ପଞ୍ଚାୟତଟି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ବେଳେ ଏହି ଗ୍ରାମ ପଞ୍ଚାୟତରେ ରହିଛି ଅନେକ ଆଦିବାସୀ ଗ୍ରାମ । ତେବେ ତାହା ମଧ୍ୟରୁ ଏକ ଅବହେଳିତ ଗ୍ରାମ ହେଲା ଢେପାଗୁଡା । ଯେଉଁଠି ଗାଁର ଚତୃପାଶ୍ଵରେ ରହିଛି ବଡନଦୀ । ବର୍ଷା ହେଲେ ପୁରା ଯୋଗାଯୋଗ ବିଛିନ୍ନ ହୋଇଯାଏ । ହେଲେ ସେହି ବଡ ନଦୀ ଉପରେ ଏକ ସେତୁଟିଏ ନିର୍ମାଣ ପାଇଁ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ମୂଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ସମାଧାନର ବାଟ ଫିଟି ନଥିଲା।  ମୁଜାଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବ ପ୍ରଧାନଙ୍କ  ଗୁହାରି କେହି ବି ସୁଣିଲେ ନାହିଁ ।

ଗୋଟାଏ ପଟେ କୋରୋନାର ତାଣ୍ଡବ ଅନ୍ୟପଟେ ଆଗକୁ ମାଡି ଆସୁଛି ବର୍ଷା ଦିନ । ଯେମିତି ହେଲେ ଢେପାଗୁଡା ଗାଁର ସମସ୍ୟା ର ସମାଧାନ ପାଇଁ ନିଷ୍ପତ୍ତି ନେଲେ ସରପଞ୍ଚ। ଆଉ ନିଜସ୍ଵ ଉଦ୍ୟମ ତଥା ନିଜସ୍ଵ ଖର୍ଚ୍ଚରେ କାଠ ବାଉଁଶ ଯୋଗାଡ କରି ବଡ ନଦୀ ଉପରେ ଏକ କାଠର ପୋଲ ନିର୍ମାଣ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି। ଖାଲି ସେତିକି ନୁହଁ । ଦିନେ ଯେଉଁ ସମସ୍ୟା କଥାକୁ ପ୍ରଶାସନ ସୁଣୁନଥିଲା ଖୋଦ ସେହି ସମସ୍ୟାର ସମାଧାନ କରିଦେଲେ ସରପଞ୍ଚ । କିଛି ଗାଁ ଲୋକଙ୍କୁ ନେଇ ଖୋଦ ସରପଞ୍ଚ ନିଜେ ହାତରେ ହାତୁଡି ଧରି ବଡ ନଦୀ ଉପରେ ନିର୍ମାଣ କରିଦେଲେ କାଠ ପୋଲ । ଉଦ୍ଧେଶ୍ୟ କେବଳ ଆସନ୍ତା ବର୍ଷା ଦିନରେ ଅନ୍ତତଃପକ୍ଷେ ଏହି ଗାଁର ଲୋକେ ଯାତାୟତର ସମସ୍ୟା ନ ଭୋଗନ୍ତୁ । ଠିକ ସେୟା ହିଁ ହେଲା । ନିର୍ମାଣ ହେଲା କାଠ ପୋଲ। ବର୍ଷ ବର୍ଷର ସମସ୍ୟା ଏବେ ଏକ ପ୍ରକାର ସମାଧାନ ହୋଇଥିବା ବେଳେ ଏବେ ବି ଲୋକେ ଏକ ସ୍ଥାୟୀ ପୋଲର ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking