26.1 C
Bhubaneswar
Tuesday, March 18, 2025
Homeଓଡିଶାଅନାଥ ଶିଶୁଙ୍କ ତଥ୍ୟ ୫ରେ ଅପ୍‌ଲୋଡ୍ ହେବ

ଅନାଥ ଶିଶୁଙ୍କ ତଥ୍ୟ ୫ରେ ଅପ୍‌ଲୋଡ୍ ହେବ

ବ୍ରହ୍ମପୁର : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନାରେ  ବାପା,ମାଙ୍କୁ ହରାଇଥିବା ଶିଶୁମାନଙ୍କ ତଥ୍ୟ ଆସନ୍ତା ୫ ତାରିଖ ସୁଦ୍ଧା ଏନସିପିସିଆରଙ୍କ ଦ୍ୱାରା ସୂଚିତ ପୋର୍ଟାଲରେ ଅପ୍‌ଲୋଡ୍ ହେବ । ଏଥି ସହିତ କୌଣସି କାରଣରୁ ଅଭିଭାବକଙ୍କୁ ହରାଇ ଶିଶୁ ଅସହାୟ ସ୍ଥିତିରେ ଥିଲେ ସେମାନଙ୍କ ତଥ୍ୟ ବି ଅପ୍‌ଲୋଡ କରାଯିବ ବେଲି ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ କହିଛନ୍ତି । ସୁପ୍ରିମ କୋର୍ଟଙ୍କ  ଗାଇଡଲାଇନ ଅନୁଯାୟୀ ଏହି କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଅନେକ ଶିଶୁ କରୋନା ଆକ୍ରାନ୍ତ ପିତାମାତାଙ୍କୁ ହରାଇ ଅନାଥ ହୋଇଛନ୍ତି, ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସେମାନଙ୍କୁ ଥଇଥାନ ପାଇଁ କିଭଳି ପଦକ୍ଷେପ ନିଆଯାଇଛି ସେ ନେଇ ଜାତୀୟ ସ୍ତରର  ଶିଶୁ ସୁରକ୍ଷା ସଂସ୍ଥା ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ୍ ଚାଇଲଡ ରାଇଟସ୍ (ଏନସିପିସିଆର୍‌) ପକ୍ଷରୁ ତଥ୍ୟ ମଗାଯାଇଛି ।

ସିଡିପିଓଙ୍କ ବ୍ୟତୀତ ୱାଇଏସଡି, ଅରୁଣା, ଚାଇଲଡ ଲାଇନ ଭଳି ସ୍ୱେଛାସେବୀ ସଂସ୍ଥାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ସେମାନଙ୍କ ସ୍ତରରେ ଏଭଳି କୌଣସି ସୂଚନା ଉପଲବଧ ହେଲେ ଡିସିପିଓଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି । କୋଭିଡ ସମୟରେ ଯେଭଳି କୌଣସି ଶିଶୁ ସମସ୍ୟାର ସମ୍ମୁଖୀନ  ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଶିଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ହରି ପାଢ଼ୀ କହିଛନ୍ତି ଯେ ଏନସିପିସିଆର ଏବଂ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ଅସହାୟ ଶିଶୁଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ଶିଶୁ ମଙ୍ଗଳ କମିଟିକୁ ତଥ୍ୟ ପ୍ରଦାନ କରାଗଲେ ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯିବ । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଯୋଜନା ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ପାଢ଼ୀ କହିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ଆମ୍ବପୁଆ, ରଘୁପତି ନଗର, କେନାଲ ହୁଡ଼ା,ଲାଞ୍ଜିପଲ୍ଲୀ, ଗୌଡ଼ବନ୍ଧ ସାହି,ତେଲୁଗୁ ସାହି, ଢ଼ିମିରା ସାହି, ପୁରୁଣା ବ୍ରହ୍ମପୁର ବାଉରି ସାହି, ଗ୍ରାାମଦେବତୀ ସାହିର ଶତାଧିକ ବସ୍ତି ଶିଶୁ ଅସୁରକ୍ଷିତ ଭାବେ ବିନା ମାସ୍କରେ ବୁଲୁଛନ୍ତି । ସେମାନଙ୍କ ଅଭିଭାବକ କୋଭିଡ ସଂପର୍କରେ ସଚେତନ ନଥବା ଯୋଗୁଁ  ଶିଶୁମାନେ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି । ସେମାନେ ଥରେ ଆକ୍ରାନ୍ତ ହେଲେ ଅନେକ ଶିଶୁଙ୍କୁ ଆକ୍ରାନ୍ତ କରିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking