28.1 C
Bhubaneswar
Sunday, September 8, 2024
Homeଓଡିଶାଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ

ଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ

ସୋର: ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି। ବାହାନଗା ବ୍ଲକ ପଣପଣା ପଂଚାୟତ ସରସତିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଗଣେଶ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଏହି ଗ୍ରାମର ୧୫ନମ୍ବର ୱାର୍ଡ ଜେନା ସାହିରେ ଗତକାଲି ଗଣେଶ ପୂଜା କରାଯାଇଥିଲା । ପ୍ରସାଦ ସେବନର ବି ଆୟୋଜନ କରାଯାଇଥିଲା। ତେବେ ସବୁ ସରିବା ପରେ ଗତକାଲି ବିଳମ୍ବିତ ରାତି ସମୟରେ ଝାଡ଼ାବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଛି ।

ପାଖାପାଖି ୩୫ରୁ ଅଧିକ ବ୍ୟକ୍ତି ଗୁରୁତର ଅବସ୍ଥାରେ ଖନ୍ତାପଡା ଗୋଷ୍ଠୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖବରପାଇ ଏକ ଡ଼ାକ୍ତରୀଦଳ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking