30.1 C
Bhubaneswar
Saturday, April 19, 2025
Homeଓଡିଶାଗଜପତି ପୌରାଞ୍ଚଳ ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଲକଡାଉନ

ଗଜପତି ପୌରାଞ୍ଚଳ ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଲକଡାଉନ

ଗଜପତି : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଦ୍ଦିଷ୍ଟ କିଛି ଅଞ୍ଚଳକୁ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତା କାଲି ସକାଳ ୫ଟା ଠାରୁ ଆସନ୍ତା ୩୧ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ବଲକ ମୁଖ୍ୟ କାଯ୍ୟାଳୟ ପାଇଁ ଏହି ଲକଡାଉନ କଟକଣା ଲାଗୁ ହେବ । ଏଥିସହ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସି ମଧ୍ୟ ଲକଡାଉନ ରହିବ । ୮ଟି ବ୍ଲକର ୧୧ଟି ପଞ୍ଚାୟତରେ ଲକଡାଉନ କଟକଣା ଲାଗୁ ହେବ । ଏନେଇ ଜିଲ୍ଲାପାଳଙ୍କ ତରଫରୁ ସୂଚନା ମିଳିଛି ।

ଏଯାବତ ଜିଲ୍ଲାରେ ମୋଟ ୭୦୩ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୬୬ଜଣ ଚିକିତ୍ସିତ ଅଛନ୍ତି । ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking