18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଶ୍ରୀନଗରରେ ଜି-୨୦ ବୈଠକ ଉଦ୍‌ଯାପିତ

ଶ୍ରୀନଗରରେ ଜି-୨୦ ବୈଠକ ଉଦ୍‌ଯାପିତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଚାଲିଥିବା ତିନିଦିନିଆ ଜି-୨୦ ଟୁରିଜିମ୍ ୱାର୍କିଂ କମିଟି ବୈଠକ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୬୦ ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ । ବୈଠକପରେ ବିଦେଶୀ ପ୍ରତିନିଧିମାନେ କଡା ସୁରକ୍ଷା ମଧ୍ୟରେ ଶ୍ରୀନଗର ସହରର ଏକାଧିକ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ବିମୋହିତ ହୋଇପଡିଥିବା ଜଣାପଡିଛି । ଏଗୁଡିକ ମଧ୍ୟରେ ମନୋରମ ଡାଲ୍ ହ୍ରଦ, ନିସାତ୍ ଗାର୍ଡେନ ଓ ରୟାଲ ସ୍ପ୍ରିଙ୍ଗ୍ ଗଲ୍‌ଫ କୋର୍ସ ସାମିଲ ଥିଲା । କଶ୍ମୀର ପରିଦର୍ଶନରେ ଆସିଥିବା ଅନ୍ୟ ପର୍ଯ୍ୟଟକମାନେ ଜି-୨୦ ପ୍ରତିନିଧିଙ୍କ ସହ ସେଲ୍‌ଫି ନେଉଥିବା ଲକ୍ଷ୍ୟ କରାଯାଇଛି ।

କେତେକ ପ୍ରତିନିଧି କଶ୍ମୀରର ପାରମ୍ପରିକ ପୋଷାକ ପରିଧାନ କରିଥିବାବେଳେ ଆଉ କେତେକ ପ୍ରତିନିଧି ରୟାଲ ସ୍ପ୍ରିଙ୍ଗ୍‌ରେ ଗଲ୍‌ଫ ଖେଳିଥିଲେ । କଶ୍ମୀର ଭଳି ଏକ ସୁନ୍ଦର ସ୍ଥାନ ଦର୍ଶନ କରିବାର ସୌଭାଗ୍ୟ ମିଳିଥିବାରୁ ସେମାନେ ନିଜକୁ ଭାଗ୍ୟବାନ ମନେ କରିବା ସହ ଆତିଥ୍ୟତା ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବିଦେଶୀ ପ୍ରତିନିଧିମାନେ ଲାଲଚୌକସ୍ଥିତ ମାର୍କେଟରୁ ଶାଲ, ହସ୍ତକଳା ସାମଗ୍ରୀ ଓ ଡ୍ରାଏ ଫୁଟ୍ କିଣିଥିଲେ । ସୁରକ୍ଷା ଦୃଷ୍ଟିରୁ ଏହି ମାର୍କେଟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଥିଲା । ଚୀନ୍ ଏହି ବୈଠକକୁ ବର୍ଜନ କରିଥିବାବେଳେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ୍‌, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ଓ ୟୁରୋପୀୟ ସଂଘର ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking