16.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶଆଜିଠାରୁ ବାରାଣସୀରେ ଜି-୨୦ ବିକାଶ ମନ୍ତ୍ରୀଙ୍କ ବୈଠକ

ଆଜିଠାରୁ ବାରାଣସୀରେ ଜି-୨୦ ବିକାଶ ମନ୍ତ୍ରୀଙ୍କ ବୈଠକ

ବାରାଣସୀ : ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ବାରାଣାସୀରେ ଜି-୨୦ ବିକାଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୨୦ ଦେଶର ମନ୍ତ୍ରୀମାନେ ସହର ବିକାଶ ଉପରେ ଆଲୋଚନା କରିବେ । ଏହା ପୂର୍ବରୁ ଏପ୍ରିଲ୍ ୧୭ରୁ ୧୯ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ଜି-୨୦ ସମ୍ମେଳନରେ କୃଷି, କୃଷି ଶିକ୍ଷା, ଅନୁସନ୍ଧାନ ଆଦି ବିଷୟ ଉପରେ ଜି-୨୦ ଦେଶର କୃଷି ବୈଜ୍ଞାନିକମାନେ ଏକାଠି ହୋଇଥିଲେ ।

ଜୁନ୍ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକ ପାଇଁ ବାରାଣସୀର ନମୋ ଘାଟ ସହର ସଜାଇ ହୋଇଛି । ନମୋ ଘାଟକୁ ଯାଇଥିବା ରାସ୍ତାଗୁଡ଼ିକୁ ମଧ୍ୟ ଆକର୍ଷଣୀୟ ଭାବେ ସଜାଯାଇଛି । ଏହା ବ୍ୟତୀତ ଚୌକା ଘାଟରୁ ନମୋ ଘାଟ ପର୍ଯ୍ୟନ୍ତ ଷ୍ଟ୍ରୀଟ୍ ଲାଇଟ୍ ଲଗାଯାଇଛି । ବିଶ୍ୱର ଅର୍ଥବ୍ୟବସ୍ଥାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ୨୦ ଦେଶର ବିକାଶ ମନ୍ତ୍ରୀ କାଶୀରେ ତିନିଦିନ ଧରି ସହର ବିକାଶ ଉପରେ ମନ୍ଥନ କରିବେ ।

ଏହି ମନ୍ତ୍ରୀମାନେ ନିଜ ନିଜ ଦେଶର ବିକାଶ ମଡେଲ୍ ଏବଂ ଟେକ୍‌ନିକ୍‌ର ଆଦାନ ପ୍ରଦାନ ମଧ୍ୟ କରିବେ । ମୁଖ୍ୟ କାର୍ଯ୍ୟକ୍ରମର ଆୟୋଜନ ଟ୍ରେଡ୍ ଫାସିଲିଟେସନ୍ ସେଣ୍ଟର୍‌ରେ ହେବ । ପ୍ରତିନିଧିମାନେ ସାରନାଥ ଏବଂ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ । ଅତିଥିମାନଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ସରକାରୀ ବିଭାଗ ନିଜ ନିଜର ପ୍ରସ୍ତୁତି ପୂରା କରିଛନ୍ତି । ଅତିଥିମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସଂସ୍କୃତି ସହିତ ମଧ୍ୟ ପରିଚିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking