ନୂଆଦିଲ୍ଲୀ : ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୂର୍ଣ୍ଣ ବେତନ ଦେବା ପାଇଁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତ୍ତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ , କରୋନା ରୋଗୀମାନଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ଓ ସେମାନଙ୍କର ଯତ୍ନ ନେଉଥିବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରଖିବା ଉଚିତ୍ । ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ପୂର୍ଣ୍ଣ ମନ ଦେଇ ସମସ୍ତ କରୋନା ରୋଗୀମାନଙ୍କର ଚିକିତ୍ସା କରୁଛନ୍ତି ।
ଏହା ସହ ସୁପ୍ରିମ୍ କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ ଏହି ଆଦେଶ ସମ୍ପନ୍ନ କରା ନ ଯିବାକୁ କଠୋର ଦୃଷ୍ଟିରେ ଦେଖାଯିବ। ଏହାଛଡ଼ା, ମାସେ ମଧ୍ୟରେ ବେତନ ପ୍ରଦାନର ରିପୋର୍ଟ ଫାଇଲ୍ କରିବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସଂକ୍ରମଣ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ କ୍ବାରେଣ୍ଟିନ୍ ସୁବିଧା ପାଇଁ ମନା କରିବା ଅନୁଚିତ ବୋଲି ମଧ୍ୟ ସୁପ୍ରିମ୍ କୋର୍ଟ କହିଛନ୍ତି।