34.1 C
Bhubaneswar
Thursday, April 25, 2024
Homeଓଡିଶା୧୮ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ନିର୍ଦ୍ଦେଶ

୧୮ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ଜିଲ୍ଲାର ୨ଟି ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ନିର୍ଦ୍ଦେଶ କରାଯାଇଛି । କଣାସ ଥାନାର ୧୧ ଜଣ, ଗଡିଶାଗୋଦା ଥାନାର ୭ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ସେଣ୍ଟର ନିର୍ଦ୍ଦେଶ ଦିଆଯାଇଛି । ପୁରା ଘଟଣା ଅନୁସାରେ, ଗତ ୪ ଦିନ ତଳେ କଣାସ ପୋଲିସ ଜଣେ ଗାଡି ଚୋରକୁ ଧରିଥିଲେ । ଏହାଛଡା ଗଡିଶାଗଦା ପୋଲିସ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା । ପରେ ସେହି ଦୁଇ ଅଭିଯୁକ୍ତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ଏବେ ଉଭୟ ଅଭିଯୁକ୍ତଙ୍କ ନମୁନା ପଜେଟିଭ ଆସିବା ପରେ ସେମାନେ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ଆଉ ୧୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୭୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୪୫ଜଣ ଆକ୍ରୋନ୍ତ ଚିହ୍ନଟ ହୋଇଥିବାେବେଳ ୩୦ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ସେହିପରି ୨୧ଜଣ ଅଗ୍ନିଶମ କର୍ମଚାରୀ ଆକରୋ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ସେ ନିକଟରେ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking