33.1 C
Bhubaneswar
Wednesday, April 24, 2024
Homeକର୍ପୋରେଟ୍ନୀଳାଚଳ ଇସ୍ପlତ ନିଗମ ବନ୍ଦ ହେବା ଓ ପୁଞ୍ଜି ପ୍ରତ୍ୟାହାର ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟୀକରଣ...

ନୀଳାଚଳ ଇସ୍ପlତ ନିଗମ ବନ୍ଦ ହେବା ଓ ପୁଞ୍ଜି ପ୍ରତ୍ୟାହାର ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ

 
ଯାଜପୁର : ଜିଲ୍ଲା ର କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ଥିବା ଏକମାତ୍ର ରାଷ୍ଟ୍ରlୟତ ଉଦ୍ୟୋଗ ଭାବେ ଜଣାଶୁଣା ନୀଳାଚଳ ଇସ୍ପlତ ନିଗମ ରୁ କେନ୍ଦ୍ର ସରକାର ଜାନୁଆରୀ 8 ତାରିଖ ରେ ପୁଞ୍ଜି ପ୍ରତ୍ୟାହାର କଲେ l ଜୁଲାଇ 2019 ପ୍ରଥମ ପ୍ରଜାୟ ରେ ବ୍ଲାଷ୍ଟ ଫର୍ନିଶ,ସେଣ୍ଟର ପ୍ଲାଣ୍ଟ କୁ ବନ୍ଦ କରି ଶେଷରେ ମାର୍ଚ୍ଚ 27 ତାରିଖ ରେ କାରଖାନା କୁ ସମ୍ପୂର୍ଣ ବନ୍ଦ ଘୋଷଣା କଲେ l ଯାହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଞ୍ଚ ହଜାର ରୁ ଉର୍ଦ୍ଧ କର୍ମଚାରୀ ଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟ ଦେଇ ଗତି କରୁଛି, ନୀଳାଚଳ ଇସ୍ପlତ କାରଖାନା 2500 ଏକର ଜମି ଅଧିଗ୍ରହଣ କରି ଏହାର ପୂର୍ଣlଙ୍ଗ ଉତ୍ପାଦନ 2002 ରୁ ଆରମ୍ଭ ହୋଇଥିଲା,ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୌଥ ଉଦ୍ୟୋଗ ଭାବେ ପରିଚାଳନା କରାଯାଇ ଆସୁଥିଲା ହଟାତ ପରିଚାଳନା ଗତ ତ୍ରୁଟି କୁ ଆଲୋଚନା ନକରି କେନ୍ଦ୍ର ସରକାର ଜାନୁଆରୀ 8 ତାରିଖ ରେ କର୍ମଚାରୀ ମାନଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ନଦେଇ କାରଖାନା କୁ ବନ୍ଦ କରିଦେଲେ l ସେହିଦିନ ଠାରୁ କୋଭିଡ଼-19 କଟକଣା ଥିଲେ ମଧ୍ୟ ପ୍ରଜାୟ କ୍ରମେ କାର୍ଯ୍ୟରେ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଉଥିଲେ ମଧ୍ୟ ଏଜାବତ ସେମାନଙ୍କୁ ଦରମା ଦିଆଯାଉ ନାହିଁ,
ଆଜକୁ ପାଞ୍ଚ ମାସ ଧରି କର୍ମଚାରୀ ମାନେ ମିଳିତ ମଞ୍ଚ ନାମରେ ମୁଖ୍ୟ ଫାଟକ ଆଗରେ ସେମାନଙ୍କୁ ଦରମା ପ୍ରଦାନ, ଅନ୍ୟାୟ ଭାବେ ନେଇ ଥିବା ନିଷ୍ପତି କୁ ପ୍ରତ୍ୟାହାର କରିବା, କର୍ମଚାରୀ ମାନଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ନଦେବା ପ୍ରଭୁତି ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ଏମଏମଟିସି କତୃପକ୍ଷ ସମାଧାନ ର ସୂତ୍ର ବାହାର କରି ନାହାନ୍ତି l ଏଥିରେ ରାଜ୍ୟ ସରକାର ଙ୍କ ଅଂସିଦାର ଭାବେ ଓଡିଶା ଖଣି ନିଗମ ଓ ଇଫିକାଲ ଙ୍କ ଶତକଡା 32.47% ଥିଲେ ମଧ୍ୟ କେନ୍ଦ୍ର ସରକାର ଏକ ତରଫା ନିଷ୍ପତି ସମ୍ପର୍କରେ କିଛି ରାଜ୍ୟ ସରକାର କିଛି ନକହି ପାଞ୍ଚ ମାସ ହେବ ଚୁପ ହୋଇ ବସି ରହିବା ଘଟଣା ଏକ ଷଡଯନ୍ତ୍ର ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରସ ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ନାପସନ୍ଦ କରିବା ସହିତ ରାଜ୍ୟ ସରକାର କାରଖାନା ନିମନ୍ତେ 50 ବର୍ଷ ପର୍ଯ୍ୟନ୍ତ ପାଇଥିବା ମୂଲ୍ୟବାନ ଖଣି କୁ ନିଜ ହାତକୁ ନେଇ ତୁରନ୍ତ ଏମଏମଟିସି ସମେତ ଅନ୍ୟ ଅଂସିଦାର ମାନଙ୍କୁ 67% ଭାଗ ଅଂଶଧନ ଦେଇ ଓଡିଶା ଖଣି ନିଗମ ନିଜ ହାତକୁ ନେଲେ ଏ ଅଞ୍ଚଳ ର ବିସ୍ତାପିତ କର୍ମଚାରୀ ମାନେ କର୍ମ ନିଯୁକ୍ତି ସୁରକ୍ଷିତ ହେବା ସହ ରାଜ୍ୟରେ ଥିବା ଅନ୍ୟାନ୍ୟ ଜିଲ୍ଲା ର ଓଡ଼ିଆ କର୍ମଚାରୀ ମାନେ ପାଇଥିବା କର୍ମ ନିଯୁକ୍ତି ରୁ ବଞ୍ଚିତ ହେବେ ନାହିଁ l ସାମ୍ପ୍ରତିକ ସମସ୍ୟାର ସମାଧାନ କରିବାକୁ ହେଲେ ରାଜ୍ୟ ସରକାର ନିରବ ନ ରହି ନୀଳାଚଳ ଇସ୍ପlତ କାରଖାନା ସମ୍ପର୍କରେ ଏକ ସ୍ପଷ୍ଟୀକରଣ ପ୍ରକାଶ କରିବା କୁ ଶ୍ରୀ ମହାନ୍ତି ଦାବି କରିଛନ୍ତି l
ଏଠାରେ ସୂଚନା ଯୋଗ୍ୟ କଳିଙ୍ଗ ନଗର ଠାରେ 1984 ମସିହା ରେ ତତକଳିନ କେନ୍ଦ୍ର ସରକାର “ସେଲ”ଦ୍ୱାରା ଏଠାରେ ଦ୍ୱିତୀୟ ଇସ୍ପlତ କାରଖାନା କରିବାକୁ ପରି କଳ୍ପନା କରିଥିଲେ l ଦୀର୍ଘ ଦିନ ଧରି ସେଲ ପକ୍ଷରୁ ଏହି କାରଖାନା ର ନିର୍ମାଣ କାର୍ଯ୍ୟ ନ କରିବାରୁ ପ୍ରେସିଡେନସି ଅଡର ଦ୍ୱାରା ପୁନର୍ବାର 12 ଏପ୍ରିଲ 1994 ରେ ଏମ.ୟୁ ସ୍ୱାକ୍ଷରିତ ହୋଇଥିଲା ଯାହାର ମୁଖ୍ୟ ଅଂସିଦାର ଭାବେ ଏମଏମଟିସି 49.78% ଭାଗ ଅଂଶଧନ ସହିତ ରାଜ୍ୟ ସରକାର ଙ୍କ 32.47% ଭାଗ ଅଂଶଧନ ସହିତ ଆଇଡିବିଆଇ ବ୍ୟାଙ୍କ ମେକନ କୁ ନେଇ ଯୌଥ ଉଦ୍ୟୋଗ ଭାବେ ନୀଳାଚଳ ଇସ୍ପlତକାରଖାନା 2002 ରୁ ଉତ୍ପାଦନ କରି ଆସୁଥିଲା l ଏହି କାରଖାନା ର ନିଜସ୍ଵ ଖଣି ଭାବେ ସୁନ୍ଦର ଗଡ଼ ଜିଲ୍ଲାର କୋଇଡା ଠାରେ 874.29 ଏକର ଜାଗାରୁ 110 ମିଲିଅନ ଟନ ଉତୋଳନ କରିବାକୁ ଚୁକ୍ତି ରେ 1996 ଠାରୁ 50 ବର୍ଷ ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଖଣି କୁ ଲିଜ ଆକାରରେ ଦିଆଯାଇ ଥିଲା କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଏହି ଖଣି ରୁ ଆଜକୁ 24 ବର୍ଷ ଧରି ଉତୋଳନ ନକରି ଏମଏମଟିସି ଓ ଓଏମସି ଠାରୁ କଞ୍ଚା ମାଲ କ୍ରୟ ବାବଦରୁ ଶତକଡା 3% ଓ ଉତ୍ପାଦିତ ଦ୍ରବ୍ୟ ବିକ୍ରି ରୁ ଶତକଡା 3% ଲାଭାଂଶ ନେବା ଅର୍ଥାତ ସମୁଦାୟ 1470 କୋଟି ଟଙ୍କା ନେଇ ଥିବା ବେକେ ପରିଚାଳନା ଗତ ତୃଟି ଓ କେତେକ ଅଧିକାରୀ ଙ୍କ ବ୍ୟାପକ ଦୃନୀତି ପରେ ବି 1350 କୋଟି ଟଙ୍କା କ୍ଷତି ଦର୍ଶlଇ ଏହି କାରଖାନା କୁ ବନ୍ଦ କରାଗଲା l ଏ ସମସ୍ତ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କଲେ ପ୍ରକୃତ ଲାଭlଅଂଶ ଅର୍ଥ ଅଧିକ ହେବ l ଏହାର ସ୍ଥାୟୀ ସମାଧାନ ନକରି କେନ୍ଦ୍ର ସରକାର – “ଆତ୍ମ ନିର୍ଭର ଶୀଳ” ବାର୍ତ୍ତା ଦେଇ ଏହି କାରଖାନା କୁ ଅନ୍ୟାୟ ଭାବେ ବନ୍ଦ କରିଦେବା ଘଟଣା କୁ ଓଡିଶା ବାସି ସହଜରେ ଗ୍ରହଣ କରିବେ ନାହିଁ l ଏହି କାରଖାନା ବନ୍ଦ ପଛରେ 50 ବର୍ଷ ପର୍ଯ୍ୟନ୍ତ ମିଳିଥିବା ମୂଲ୍ୟବାନ ଖଣି ଉପରେ ନଜର ରଖି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା ବଡ ଧରଣ ର “ଡ଼ିଲ” ହୋଇଥିବା ଅନୁମାନ କରାଯାଏ !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking