18.1 C
Bhubaneswar
Thursday, January 9, 2025
Homeଓଡିଶାଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ, ପ୍ରତିବାଦରେ ଫରେଷ୍ଟର୍‌ଙ୍କ ବାସଭବନ ଘେରାଉ

ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ, ପ୍ରତିବାଦରେ ଫରେଷ୍ଟର୍‌ଙ୍କ ବାସଭବନ ଘେରାଉ

ଫୁଲବାଣୀ : ଫୁଲବାଣୀ ବନଖଣ୍ଡ ସୁଡ୍ରୁକୁମ୍ପା ରେଞ୍ଜର ରାଣୀପଥର ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋରେ ଗୁରୁବାର ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜୁ ନାୟକ ଏବଂ ଅଗାଧୁ ଜାନୀ । ସେମାନଙ୍କ ଘର ବଉଦ ଜିଲ୍ଲା ଆଡ଼େଣିଗଡ଼ ପଞ୍ଚାୟତର ମାର୍ଦିଙ୍ଗି ଗ୍ରାମରେ । ସୂଚନା ଅନୁଯାୟୀ,  ଅଭିଯୁକ୍ତମାନେ ରାଣୀପଥର ଘାଟିର ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ବନ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇଥିଲେ । ଘଟଣାସ୍ଥଳରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲେ ବନ ବିଭାଗ କର୍ମଚାରୀ । ଏ ନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି ।

କିଛି ଦିନ ଧରି ଜିଲ୍ଲାର ଅନେକ ଜଙ୍ଗଲରେ ନିଆଁ ଲାଗିଛି । ଆଜି ସୁଦ୍ଧା ଫୁଲାବଣୀ ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ କୋହ୍ଲଜାତିର ହୋଇଥିବାବେଳେ ଯାଯାବର ଜୀବନ ବିତାଇ ଜଙ୍ଗଲୀ ରୋଜଗାରରୁ ଚଳୁଛନ୍ତି । କେତେବେଳେ କେଉଁଠି ରାତ୍ର ବିତାଉଥିବା ବେଳେ ଗଛ ହେଉଛି ସେମାନଙ୍କର ସବୁକିଛି । ଯେଉଁ ଜଙ୍ଗଲ ସେମାନଙ୍କୁ ଆହାର ଦେଉଛି ସେହି ଜଙ୍ଗଲରେ କିଭଳି ଭାବେ ସେମାନେ ନିଆଁ ଲଗାଇବେ ବୋଲି ପ୍ରଶ୍ନ କରିଛନ୍ତି ଗିରଫ ଦୁଇଜଣଙ୍କର ସମ୍ପର୍କୀୟମାନେ । ଗଛତଳେ ସେମାନେ ରାତ୍ର ମଧ୍ୟ ବିତାଇଥାନ୍ତି । ବର୍ତ୍ତମାନ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ବନ ବିଭାଗର କର୍ମଚାରୀମାନେ ଏକ ପ୍ରକାର ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ବିନା କାରଣରେ ଯାହାକୁ ପାଇଲେ ତାହାକୁ ଗିରଫ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ସମ୍ପ୍ରଦାୟର ପରିବାର ବର୍ଗ । ଅନ୍ୟପକ୍ଷରେ ବିନା କାରଣରେ ତାଙ୍କର ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ରାଣୀପଥର ଫରେଷ୍ଟରଙ୍କ ବାସଭବନକୁ ଏହି ସମ୍ପ୍ରଦାୟର ମହିଳା ଓ ପିଲାଛୁଆ ମିଳିତ ଭାବେ ଘେରାଉ କରିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking