26.1 C
Bhubaneswar
Thursday, June 19, 2025
Homeଓଡିଶାଆଜିଠୁ +୨ ଖାତାଦେଖା : ମେ’ ଶେଷସୁଦ୍ଧା ଫଳ ପ୍ରକାଶ

ଆଜିଠୁ +୨ ଖାତାଦେଖା : ମେ’ ଶେଷସୁଦ୍ଧା ଫଳ ପ୍ରକାଶ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ +୨ ପରୀକ୍ଷା ଗତ ୫ ତାରିଖରେ ଶେଷ ହୋଇଛି। ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତା ଦେଖାଯିବ। ଅଫ୍‌ଲାଇନରେ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୩ରେ ଶେଷ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତାଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଖାତାଦେଖା ସରିବା ପରେ ଟାବୁଲେସନ୍ ପ୍ରକ୍ରିୟା ଆରମ୍ଭ ହେବ।

ମେ’ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ମୂଲ୍ୟାୟନରେ ସହଯୋଗ କରୁଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି। ୩୯ଟି ଅନଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ। ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ଆରମ୍ଭ ହେବ। ଚଳିତବର୍ଷ ପ୍ରଥମଥର ଲାଗି ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରୁ ମାର୍କ ଅନ୍‌ଲାଇନରେ ଅପଲୋଡ୍ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking